
ଭୁବନେଶ୍ୱର: ୨ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା ଦାମୀ ରେଂଜରୋଭର କାର୍ । ଜଣେ ଅବସରପ୍ରାପ୍ତ ଯବାନ ଓ ଜଣେ ଯୁବତୀ ଗୁରୁତର ହୋଇଥିଲେ । ଯବାନଙ୍କ ଘର ଭୁବନେଶ୍ୱର ଓ ଯୁବତୀଙ୍କ କଟକରେ ଚିକିତ୍ସା ଚାଲିଥିବା ଖବର ସାମ୍ନାକୁ ଆସିଛି । ôଲା ଦାମୀ ରେଂଜରୋଭର ଗାଡିକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଉଠିଥିଲା ।
ତେବେ କାହିଁକି ଗାଡ଼ି ନମ୍ବରକୁ ବଦଳାଇ ଦିଆଗଲା ତାକୁ ନେଇ ଉଠିଛି ପ୍ରଶ୍ନ । ଗତ ମଙ୍ଗଳବାର ପାୱାରହାଉସ ଛକ ପାଖରେ ହୋଇଥିଲା ଦୁର୍ଘଟଣା । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇ କଟକ SCB ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାରେ ଅଭିଯୁକ୍ତ ସୌଭାଗ୍ୟ କୁମାର ବାଗ ନିଜେ ଦୋଷ ସ୍ୱୀକାର କରିଥିବା ପୋଲିସ ସୂଚନା ଦେଇଥିଲା । ଘଟଣା ସଂପର୍କରେ ସେହିଦିନ ୫ଟା ୩୫ରେ ପୋଲିସ ପ୍ରେସରିଲିଜ୍ ଦେଇଥିଲା ଏବଂ ସେଥିରେ ଦୁର୍ଘଟଣା ଘଟାଇଥିବା କାର୍ ନମ୍ବର ବି ଉଲ୍ଲେଖ ରହିଥିଲା ।
ତେବେ ଏହାର ଅଢ଼େଇ ଘଣ୍ଟା ପରେ ପୋଲିସ ଏକ ସଂଶୋଧନ କରିଥିଲା ଏବଂ ଦୁର୍ଘଟଣା ଘଟାଇଥିବା ରେଂଜରୋଭର ନମ୍ବର ବଦଳା ଯାଇଥିଲା । ତେଣୁ ଏହି ଦାମୀ ଗାଡ଼ି କାହାର ଏବଂ ପୋଲିସ କାହିଁକି ନମ୍ବର ବଦଳାଇଲା, ସେନେଇ ଉଠିଛି ପ୍ରଶ୍ନ ।