Site icon UTKAL PRATIDIN

ଗାନ୍ଧିଜୀଙ୍କ ପ୍ରିୟ ଗୀତ ଗାଇଲେ ଜର୍ମାନ ଗାୟିକା, ଦେଖନ୍ତୁ ଏହି ଭିଡିଓ…

n543245426169623158313677d4100de2cbdf3cf5d1a21bccb1c5451b1dab3c9820b07723aa75f5b303a138

ଆଜି ସମଗ୍ର ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ନିଜ ପଦ୍ଧତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି l ଏହି ଅବସରରେ ଜର୍ମାନ ଗାୟିକା କୈସମି ମହାତ୍ମା ଗାନ୍ଧୀଙ୍କ ସବୁଠାରୁ ପ୍ରିୟ ଗୀତ ଗାଇଛନ୍ତି ଏବଂ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଏହି ଭିଡିଓକୁ ପିଏମ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛନ୍ତି, ଯାହା ସ୍ପିଟମ୍ୟାନ ଦ୍ୱାରା ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି । ଏହି ଭିଡିଓରେ ସେ କହିଛନ୍ତି, ଗାନ୍ଧିଜୀଙ୍କ ଧାରଣା ସମଗ୍ର ବିଶ୍ୱରେ ଲୋକଙ୍କ ସହ ଯୋଡି ହୋଇକରି ରହିଛି l

X ପ୍ଲାଟଫର୍ମ ରେ ସ୍ପିଟମ୍ୟାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଭିଡିଓ କୁ ସେୟାର କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ‘କୈସମି ଦ୍ୱାରା ଗାଇଥିବା ଏହି ଗୀତ “ବୈଷ୍ଣବ ଜନ ତୋ” କୁ ନିଶ୍ଚୟ ଶୁଣନ୍ତୁ ଯାହାକୁ ମୁଁ ଗତ ମାସ “ମନ କି ବାତ” ରେ କହିଥିଲି’ l

‘ମନ କି ବାତ’ ରେ କହିଥିଲେ ଏହି କଥା……

ଗତ ମାସରେ ତାଙ୍କ ମନ କି ବାତ ରେଡିଓ ଶୋ’ରେ ମୋଦୀ ସ୍ପିଟମ୍ୟାନଙ୍କୁ ଭାରତୀୟ ସଙ୍ଗୀତ ଏବଂ ସଂସ୍କୃତି ପ୍ରତି ଆଗ୍ରହ ପାଇଁ ପ୍ରଶଂସା କରିଥିଲେ। ରାଷ୍ଟ୍ରକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, “ଭାରତୀୟ ସଂସ୍କୃତି ଏବଂ ଭାରତୀୟ ସଙ୍ଗୀତ ବର୍ତ୍ତମାନ ବିଶ୍ୱବ୍ୟାପୀ। ସାରା ବିଶ୍ୱରେ ଅଧିକରୁ ଅଧିକ ଲୋକ ସେମାନଙ୍କ ପ୍ରତି ଆକର୍ଷିତ ହେଉଛନ୍ତି। “ଏହି ସୋ ସମୟରେ ସେମାନେ ସ୍ପିଟମ୍ୟାନ୍ଙ୍କ ଦ୍ୱାରା ଗାଇଥିବା ଏକ ଭାରତୀୟ ଗୀତ ମଧ୍ୟ ବଜାଇଥିଲେ” l

ରବିବାର ଦିନ ଭିଡିଓ ସେୟାର କରି ସ୍ପିଟମ୍ୟାନ୍ ଲେଖିଛନ୍ତି, “ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ ଏବଂ ମୁଁ ନୋଟ୍ ଏବଂ ଗୀତକୁ ଠିକ୍ କରିବା ପାଇଁ ଗାନ୍ଧିଜୀଙ୍କ ପ୍ରିୟ ଭଜନ ଅଭ୍ୟାସ କରିଥିଲି”।

ସମଗ୍ର ଦେଶ ପାଳୁଛି ଗାନ୍ଧୀ ଜୟନ୍ତୀ…

ପ୍ରତିବର୍ଷ 2 ଅକ୍ଟୋବରରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଏ l ମହାତ୍ମା ଗାନ୍ଧୀଙ୍କ ଅହିଂସା ତଥା ସହନଶୀଳତାର ମୂଲ୍ୟବୋଧକୁ ସମ୍ମାନ ଜଣାଇବା ପାଇଁ ଏହି ଦିନକୁ ଆନ୍ତର୍ଜାତୀୟ ଅହିଂସା ଦିବସ ଭାବରେ ପାଳନ କରାଯାଏ l ଆପଣଙ୍କୁ କହିରଖୁଛୁ ଯେ, ଏହା ହେଉଛି 154 ତମ ଗାନ୍ଧୀ ଜୟନ୍ତୀ l

Exit mobile version