Site icon UTKAL PRATIDIN

ଶ୍ରୀବିଗ୍ରହଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ!

1

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନ ୫ ଟା ଠାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବସଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କର ଏହି ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ଵାର ବନ୍ଦ ରହିବ।

ଆଜି ମାର୍ଗଶିର କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାନ୍ନ ଧୂପ ବଢି ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦଇତାପତି ମାନେ ଗର୍ଭଗୃହକୁ ପ୍ରବେଶ କରି ଏହି ଗୁପ୍ତ ନୀତିକୁ ସମ୍ପର୍ଣ୍ଣ କରିବେ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ ।ଏଥିପାଇଁ ଆଜି ୫ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ବିଗ୍ରହମାନଙ୍କର ବର୍ଷକୁ ଦୁଇ ତିନିଥର ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ। ଦଇତାପତି ସେବକମାନେ ଠାକୁରଙ୍କ ଶ୍ରୀଅଙ୍ଗରେ ପଇତାଲାଗି କରିବେ । ବାସୁଙ୍ଗା ପାଟରେ ନିର୍ମିତ ପଇତା ଲାଗି ହେବା ପରେ ପୁଣି ଥରେ ନୀତି ଆରମ୍ଭ ହେବ । ମହାପ୍ରଭୁଙ୍କ ଗଳଦେଶରେ ବର୍ଷସାରା ଲାଗି ହେଉଥିବା ଚନ୍ଦନକୁ ଧରି ରଖିବା ପାଇଁ କାଣି ଅଙ୍ଗୁଠି ମୋଟ ପାଟ ସୂତାରେ ଜାଲି ପ୍ରସ୍ତୁତ ହୋଇଥାଏ । ପ୍ରସ୍ତୁତି ଜାଲିକୁ ଲାଗି କରାଯାଇଥାଏ । ଏହାକୁ ପଇତା ଲାଗି ନୀତି କୁହାଯାଇଛି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଜଣାପଡ଼ିଛି ।

Exit mobile version