ଭୁବନେଶ୍ୱର: ଝାରସୁଗୁଡ଼ାରେ ବିଷାକ୍ତ ଗ୍ୟାସ ଲିକ | ବିଷାକ୍ତ ଗ୍ୟାସ ପ୍ରଭାବରେ ଚାଲିଗଲା ଶ୍ରମିକଙ୍କ ଜୀବନ | ୫ ଜଣ ଗୁରୁତର | ସମସ୍ତଙ୍କୁ ଝାରସଗୁଡା ଏକ ଘରୋଇ ନର୍ସିଂ ହୋମରେ ଭର୍ତ୍ତି କରାଯାଇଛି ।
ଆଜି ଝାରସୁଗୁଡା ବୁଢୀପଦରସ୍ଥିତ ଓଡିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ଼ କାରଖାନାରେ ବଡ଼ ଅଘଟଣ ଘଟିଛି । କାରଖାନାରୁ କାର୍ବନ ମନୋକ୍ସସାଇଡ ଗ୍ୟାସ ଲିକ କରିବାରୁ ୬ ଜଣ ଶ୍ରମିକ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି | ମୃତକ ହେଲେ ବରୁଣ ପ୍ରଧାନ ଓ ତାଙ୍କ ଘର ବ୍ରଜରାଜନଗରରେ । ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଝାରସଗୁଡା ଏକ ଘରୋଇ ନର୍ସିଂ ହୋମରେ ଭର୍ତ୍ତି କରାଯାଇଛି |
ମୃତ ବରୁଣ ଠିକା ଶ୍ରମିକ ଭାବେ କାମ କରୁଥିଲେ | ଏହି ଘଟଣା ପରେ ଶ୍ରମିକମାନେ ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ରାଶି ଦେବାକୁ ଅଡ଼ି ବସିଛନ୍ତି | ଏଥି ସହିତ ମାସିକ ୨୦ ହଜାର ଟଙ୍କା ପାଇଁ ମଧ୍ୟ ଦାବି କରଛନ୍ତି । ଶ୍ରମିକମାନେ କାରଖାନାର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି । ଏହି ଘଟଣାକୁ ନେଇ କାରଖାନା ପରିସରରେ ଚାପା ଉତ୍ତେଜନା ଦେଖା ଦେଇଛି ।
ଝାରସୁଗୁଡ଼ାରେ ବିଷାକ୍ତ ଗ୍ୟାସ ଲିକ; ଶ୍ରମିକ ମୃତ
