ପାର୍ବଣ ଋତୁର ପ୍ରାରମ୍ଭରେ ତାଙ୍କ ଆଗମନ ଧରାରେ ଉତ୍ସାହ ଭରିଦିଏ । ଐଶ୍ୱରିକ ଶକ୍ତି, ଓ ସଦ୍ଭବନାକୁ ଧରଃପୃଷ୍ଠରେ ପ୍ରତିଷ୍ଠା କରିବାକୁ ତାଙ୍କ ଆଗମନ ପ୍ରଥମେ ହୁଏ । ସତରେ ତାଙ୍କ ଆଗମନର ଅପେକ୍ଷାରେ ଅଣନିଶ୍ୱାସୀ ସମସ୍ତ ଧରାର ଅଣୁ ଠାରୁ ବିଶାଳ ହସ୍ତୀ ପର୍ଯ୍ୟନ୍ତ । ଆଉ ସେ ଅପେକ୍ଷାର ଅନ୍ତ ଘଟାଇ ଭକ୍ତଙ୍କ ଗହଣରେ ବିଜେ କରିବେ ଅଷ୍ଟବିନାୟକ । ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣିବେ ଗଜାନନ ।
କେଉଁ ନାମ ଧରି ଡାକିବି କେଉଁ ନାମରେ ପୂଜିବି ବୋଲି ବିଚଳିତ ହେବେ ଭକ୍ତ । ସତରେ କଣ କେଜାଣି ତାଙ୍କ ପାଖରେ ଅଛି ଯାହା ପାଇଁ ଉଲ୍ଲସିତ ହୁଅନ୍ତି ସମସ୍ତ ପ୍ରାଣୀଜଗତ । ତାଙ୍କୁ ପ୍ରମାଣରେ ନୁହେଁ ତାଙ୍କୁ ବିଶ୍ୱାସରେ ପ୍ରାପ୍ତ କରିବା ସହଜ । ସେ ଅର୍ତ୍ତତତ୍ର ସର୍ବତ୍ର । ଭାଦ୍ରବ ମାସର ଶୁକ୍ଲପକ୍ଷ ର ଚତୁର୍ଦଶୀ ତିଥିରେ ଅରାଧ୍ୟଦେବତା ପ୍ରଭୁ ବିଘ୍ନବିନାଶକଙ୍କୁ ଆରାଧନା କରାଯାଏ ।
ଭଗବାନଙ୍କୁ ପାଖରେ ପାଇବାକୁ ସତେ ଯେମିତି ବ୍ୟାକୁଳ ହୁଅନ୍ତି ଭକ୍ତ । ହଁ ଅନ୍ତ ହେବ ଏକ ଲମ୍ବା ପ୍ରତିକ୍ଷାର । ଏ ପ୍ରତୀକ୍ଷା ଭକ୍ତର ଭଗବାନଙ୍କୁ ଦେଖିବାର ପ୍ରତୀକ୍ଷା । ନିଜ ମନର ସେ ଛୋଟିଆ ମନ୍ଦିର ଭିତରକୁ ହୃଦୟର ଭକ୍ତିରେ ହାତ ଧରି ପାଛୋଟି ଆଣିବାରେ ପ୍ରତୀକ୍ଷା । ସେ କୁନି ଗଣେଶଙ୍କୁ ଶ୍ରଦ୍ଧରେ କୋଳରେ ବସାଇ ନିଜ ହାତରେ କିଛିଟା ଖୁଆଇ ଦେବାର ପ୍ରତୀକ୍ଷା ।
ପାଖରେ ବସାଇ ମନରେ ଯେତେ, ଦୁଃଖ, ଯନ୍ତ୍ରଣା, ଅଭିମାନ, ବେଦନା ଅନେକ ଅକୁହା କଥା ସବୁ ତାଙ୍କୁ ଶୁଣେଇବାର ପ୍ରତୀକ୍ଷା ମୋର ସେଇ ଲୁହ ଛଳଛଳ ଅପଲକ ନୟନରେ ଘଣ୍ଟା ଘଣ୍ଟା ଧରି ତାଙ୍କୁ ଦେଖିବାର ପ୍ରତୀକ୍ଷା । ଆଉ ଏବେ ସବୁ ସମସ୍ତଙ୍କର ଅପେକ୍ଷାର ଅନ୍ତ ଘଟିବ, ଅନ୍ତ ହେବ ସବୁ ଦୁଃଖ ଶୋକ ବିଘ୍ନର ।