ଆଜି ମହାତ୍ମାଗାନ୍ଧୀଙ୍କ ଜନ୍ମ ଜୟନ୍ତୀ l ଏହି ଅବସରରେ ଆଜି ସାରା ଦେଶ ବାପୁଙ୍କ ଜନ୍ମ ତିଥି ପାଳନ କରୁଛି l ଅମରବାଣୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପଥ ଆଲୋକିତ କରି ଚାଲୁଥିବ ବୋଲି ଆଜି ତାଙ୍କ ୧୫୪ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ଆଜି ସୋସିଆଲ ମିଡ଼ିଆ ଏକ୍ସ୍ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଗାନ୍ଧୀ ଜୟନ୍ତୀର ବିଶେଷ ଅବସରରେ ମୁଁ ମହାତ୍ମା ଗାନ୍ଧୀଙ୍କ ପ୍ରତି ପ୍ରଣିପାତ ଅର୍ପଣ କରୁଛି l ଗାନ୍ଧିଜୀଙ୍କ ଆମରବାଣୀ ପ୍ରତ୍ୟୋକ ବ୍ୟକ୍ତିଙ୍କ ପଥ ଆଲୋକିତ କରି ଚାଲୁଥିବl ମହାତ୍ମାଗାନ୍ଧୀଙ୍କ ପ୍ରଭାବ ଏକତାର ସହ ଦେଶକୁ ଆଗେଇ ନବ ପାଇଁ ସମଗ୍ର ମାନବଜାତିକୁ ପ୍ରେରଣା ପ୍ରଦାନ କରୁଛି l ଆମେ ସର୍ବଦା ତାଙ୍କ ଇଚ୍ଛା ଓ ପରିକଳ୍ପନା ପୂରଣ ପାଇଁ କାମ କରିବା ଉଚିତ l
ଏହା ବ୍ୟତୀତ ମହାତ୍ମାଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟରେ ପହଞ୍ଚି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି l ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ବିଜୟଘାଟକୁ ଯାଇ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ପ୍ରତି ମଧ୍ୟ ତାଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି l
ସେହିପରି, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ଦିଲ୍ଲୀ ଉପରାଜ୍ୟପାଳ ଭି. କେ. ସାକ୍ସେନା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ରାଜଘାଟରେ ଉପସ୍ଥିତ ହୋଇ ବାପୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।