Site icon UTKAL PRATIDIN

ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନକୁ ଗଜପତି ମହାରାଜଙ୍କ ଚେତାବନୀ

Dibyasingh-Dev-Gajapati-Maharaja-of-Puri

ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରାକୁ ନେଇ ଗଜପତି ମହାରାଜ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି ଗଜପତି ମହାରାଜ ।ଇସ୍କନର ପାଳିତ ହେଉଥିବା ରଥଯାତ୍ରାରେ ଜଗନ୍ନାଥ ସଂସ୍କୃତି ଓ ସନାତନ ଧର୍ମର ବିରୋଧୀ ହେଉଛି । ଯଦି ସେମାନେ ଆମ କଥା ନ ମାନନ୍ତି ତେବେ ଆଇନର ରାସ୍ତା ନେବୁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ଗଜପତି ମହାରାଜାଙ୍କୁ ଆଇନ୍ ମନ୍ତ୍ରୀ ସମର୍ଥନ ଜଣାଇଛନ୍ତି।

ମନ୍ତ୍ରୀ କହିଛନ୍ତି, ଗଜପତି ମହାରାଜା ଯାହା କହିଛନ୍ତି ଆମେ ସମର୍ଥନ ଜଣାଉଛୁ। ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ଆମର ପ୍ରାଥମିକତା। ଜଗନ୍ନାଥ ସଂସ୍କୃତିକୁ ବିକୃତ, ଅସମ୍ମାନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଥମେ ଆଲୋଚନା କରିବୁ। ସହମତ ନ ହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ପଦକ୍ଷେପ ବାବଦରେ ନିଷ୍ପତ୍ତି ନେବାରେ ଶ୍ରୀମନ୍ଦିର ପ୍ରଶାସନ ପ୍ରାଧୀକୃତ। ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବେ ବିଭାଗର ସମର୍ଥନ ରହିବ ବୋଲି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆସନ୍ତା ୯ ତାରିଖରେ ଆମେରିକାର ହ୍ୟୁଷ୍ଟନ ସହରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା କରିବା ଜିଦ୍‌ରେ ଅଟଳ ରହିଛି ଇସ୍କନ। ଇସ୍କନର ଏଭଳି ଶାସ୍ତ୍ର ଓ ପରମ୍ପରା ବିରୋଧୀ ନିଷ୍ପତ୍ତି ବିରୋଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେପଟେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଦାବି କରିଛନ୍ତି ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆ । ଇସ୍କନର ଏଭଳି ଶାସ୍ତ୍ର ବିରୋଧୀ କାର୍ଯ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆ ଅସ୍ମିତାକୁ ଠେସ ପହଞ୍ଚାଉଛି ବୋଲି ସେମାନେ କହିଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ହସ୍ତକ୍ଷେପ କରି ବିଦେଶରେ ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଦାବି କରାଯାଉଛି ।

Exit mobile version