Site icon UTKAL PRATIDIN

ପରଲୋକରେ ପୂର୍ବତନ ସାଂସଦ ଧନେଶ୍ୱର ମାଝୀ

dk

କଳାହାଣ୍ଡି ଜିଲ୍ଲାର ପୁରୁଖା ତଥା ପୂର୍ବତନ ସଂସଦ ଧନେଶ୍ୱର ମାଝୀଙ୍କ ପରଲୋକ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା ।ରାଜ୍ୟସଭା ସଦସ୍ୟ ତଥା କଳାହାଣ୍ଡିର କେସିଙ୍ଗା ଓ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଧନେଶ୍ବର ମାଝୀ ଦେହାନ୍ତ ହୋଇଛି।କେସିଙ୍ଗା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ଶ୍ରୀ ମାଝୀଙ୍କ ବିୟୋଗରେ ନେତା,କର୍ମୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ଏଥିସହ ତାଙ୍କର ଶେଷ ଦର୍ଶନ କରିଛନ୍ତି।

Exit mobile version