Site icon UTKAL PRATIDIN

ଆରପାରିରେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀ

Screenshot

Screenshot

ଆଉ ନାହାନ୍ତି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀ। ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ତାଙ୍କ ଅକାଳ ବିୟୋଗରେ ରାଜନୈତକ ମହଲ‌ରେ ଶୋକର ଛାୟା ଖେଳିଯାଇଛି।

ଲକ୍ଷ୍ମୀପୁର ପୂର୍ବତନ ବିଧାୟ ପୂର୍ଣ୍ଣଚନ୍ଦ୍ର ମାଝୀ ବହୁଦିନ ହେଲା ସେ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ।ତେଣୁ ଅସୁସ୍ଥତା କାରଣରୁ କିଛି ଦିନ ତଳେ ଭୁବନେଶ୍ଵର ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଗତରାତିରେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଶ୍ବାସ ତ୍ୟାଗ କରିଥିବା ସୂଚନା ମିଳିଛି।

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅନନ୍ତରାମ ମାଝୀଙ୍କ ପୁଅ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ବାପାଙ୍କ ବିୟୋଗ ପରେ ୨୦୦୮ ମସିହାରେ ହୋଇଥିବା ଉପନିର୍ବାଚନରେ ପୂର୍ଣ୍ଣଚନ୍ଦ୍ର କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

Exit mobile version