Site icon UTKAL PRATIDIN

ଭିଜିଲାନ୍ସ ରାଡରରେ ପୂର୍ବତନ ମୁଖ୍ୟଯନ୍ତ୍ରୀ

v-a

ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆରଏଣ୍ଡବି ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ।ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ଟିମ ଚଢ଼ାଉ କରିଛି ।ପୂର୍ବରୁ ତାରା ପ୍ରସାଦଙ୍କ ନାଁରେ ଅଭିଯୋଗ ହୋଇଥିଲା ।ଭିଜିଲାନ୍ସ ଅଧିକାରୀ ଆଜି ସକାଳେ ଘଟଣାର ତଦନ୍ତ କରି ଆଜି ସକାଳେ ତାର ପ୍ରସାଦଙ୍କ ଘରେ ଚଢ଼ାଉ କରିଛନ୍ତି ।

ତାରା ପ୍ରସାଦଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, କଟକ, ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ନୟାପଲ୍ଲୀର ଅର୍ପଣ ଆପାର୍ଟମେଣ୍ଟରେ ଥିବା ଘର, ଖଣ୍ଡଗିରି କସମୋପଲିସରେ ଥିବା ଫ୍ଲାଟ୍, ଝାରସୁଗୁଡ଼ା ଆସିଆନା ଆପାର୍ଟମେଣ୍ଟରେ ଥିବା ୩ଟି ଫ୍ଲାଟ୍, କଟକ ଆଠଗଡ଼ରେ ଥିବା ପୈତୃକ ଘର ଓ ତିଗିରିଆରେ ରହୁଥିବା ସମ୍ପର୍କୀୟଙ୍କ ଘରେ ଚଢାଉକରିଛି ଭିଜିଲାନ୍ସ ବିଭାଗ ।ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରୁ ପୁଳା ପୁଳା ସୁନା ଓ ଗହଣା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ ।

Exit mobile version