Site icon UTKAL PRATIDIN

କଇଁଛ ଚାଲାଣ ପିକଅପ ଭ୍ୟାନକୁ ଜବତ କଲା ବନ ବିଭାଗ

TURTLES

ଆନ୍ଧ୍ର ପ୍ରଦେଶରୁ ମୋଟୁ ସୀମାନ୍ତ ଦେଇ ମାଲକାନଗିରି ଜିଲ୍ଲାକୁ କଇଁଛ ଚାଲାଣ ହେଉଥିବା ବେଳେ ମାଲକାନଗିରି ବନ ବିଭାଗ ଚଢ଼ାଉ କରିଛି । ଏହି ଭ୍ୟାନରେ ମୋଟ ୫ ଶହ କଇଁଛ ଚାଲାଣ ବେଳେ ବନବିଭାଗ ଚଢାଉ କରିଛି ।ଆନ୍ଧ୍ର ସୀମାନ୍ତରେ ପାଟ୍ରୋଲିଂ କରୁଥିବା ବେଳେ ଦୁଇଟି ପିକଅପ ଭ୍ୟାନ ଦ୍ରୁତ ଗତିରେ ଆନ୍ଧ୍ରପ୍ରଦେଶ ଆଡୁ ଆସୁଥିବା ଦେଖି ଭ୍ୟାନ ଦୁଇଟିକୁ ଅଟକାଇ ଯାଞ୍ଚ କରିବାରୁ ଗାଡି ଭିତରେ ଏକ କଣ୍ଟେନରରେ ପାଖାପାଖି ୫ ଶହ ଜୀଅନ୍ତା କଇଁଛ ଦେଖିବାକୁ ମିଳିଥିଲା ।

ଏହି ଘଟଣାରେ ମୋଟୁ ବନ ବିଭାଗ ୪ ଜଣଙ୍କୁ ଗିରଫ କରିଛି । ଜବତ କଇଁଛ ଓ ଦୁଇଟି ପିକଅପ ଗାଡିକୁ ଏମ୍ଭି-୭୯ କାର୍ଯ୍ୟାଳୟରେ ରଖାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ବୋଲି ସହକାରୀ ବନ ସଂରକ୍ଷକ (ACF) କହିଛନ୍ତି ।ଘଟଣାର ତଦନ୍ତ ଚାଲିଥିଲାବେଳେ ପୋଲିସ ଅଭିଯୁକ୍ତଙ୍କୁ ଅଟକାରୀ ପଚାର ଉଚୁରା କରିଛି ।

Exit mobile version