Site icon UTKAL PRATIDIN

କେଉଁ କାରଣ ପାଇଁ ବିଜେପି ଓଡ଼ିଶାରେ ଏକାକୀ ନିର୍ବାଚନ ଲଢିଲା?

Naveen-patnaik-Amit-Shah-750x430-1-500x280-1

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ବିରୋଧରେ ମୁହାଁମୁହିଁ ଲଢେଇ ହେବ। ମେଣ୍ଟ ଚର୍ଚ୍ଚା ଭିତରେ ଦଳ କେଉଁ ଆଧାରରେ ଏକାକୀ ନିର୍ବାଚନ ଲଢିବାକୁ ଓହ୍ଲାଇଲା ସଫେଇ ଦେଇଛନ୍ତି ଶାହ।

ସେ କହିଛନ୍ତି, ଓଡ଼ିଆ ଭାଷା, ସଂସ୍କୃତି ଓ ଓଡ଼ିଶାର ଗୌରବକୁ ସମ୍ମାନ ଦେବା ପାଇଁ ବିଜେପି ନିର୍ବାଚନ ଲଢ଼େଇରେ ଏକାକୀ ଠିଆ ହେବା ଦରକାର ବୋଲି ଦଳୀୟ କର୍ମୀଙ୍କ ଦୃଢ଼ ବିଶ୍ୱାସ ଉପରେ ଶାହ ଗୁରୁତ୍ୱାରୋପ କରିଛନ୍ତି। ଯେଉଁ ଅଞ୍ଚଳରେ ମୋଦୀ ବିଜୟୀ ହୋଇଛନ୍ତି, ସେଠାରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି। ତେଣୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ରାଜ୍ୟର ବିକାଶ ଦାୟିତ୍ୱ ବିଜେପିକୁ ହସ୍ତାନ୍ତର କରିବାକୁ ଶାହା ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି।

ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଗୌରବ ବଜାୟ ରଖିବା ସମେତ ଓଡ଼ିଆ ଲୋକଙ୍କ କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରଙ୍କ ସହ ଦଳର ମତଭେଦ ପ୍ରକାଶ କରିବା ପରେ ଗତ ମାସରେ ମେଣ୍ଟ ଆଲୋଚନା ଭାଙ୍ଗି ଯାଇଥିଲା।

Exit mobile version