
ଭୁବନେଶ୍ଵର: ମଧୁମେହ ବା ଡାଇସେଟିସ୍ ଏତେ ସାଧାରଣ ହୋଇଗଲାଣି ଯେ ଯୁବପିଢ଼ି ମଧ୍ୟ ଏହାର ଶିକାର ହେଉଛନ୍ତି। ଖରାପ ଖାଇବା ଅଭ୍ୟାସ ଏବଂ ଜୀବନଶୈଳୀ ହେତୁ ଅଧିକାଂଶ ଲୋକ ମଧୁମେହର ଶିକାର ହେଉଛନ୍ତି। ଡାଇସେଟିସ୍ ରୋଗ ହେଲେ ଏହି ରୋଗ ଜୀବନରେ ଥରେ ହେବା ମାତ୍ରେ ପିଛା ଛାଡେ ନାହିଁ । ମଧୁମେହ ବଂଶଗତ କାରଣ ପାଇଁ ହୋଇପାରେ, ହେଲେ ଖାସକରି ଆମ ଜୀବନ ଶୈଳୀରେ ଥିବା ଖାଦ୍ୟ ପାନୀୟ ପାଇଁ ହୋଇଥାଏ । ସେଥିପାଇଁ ନିଜ ଖରାପ ଅଭ୍ୟାସକୁ ବଦଳାନ୍ତୁ ନଚେତ ଆପଣଙ୍କୁ ମଧ୍ୟ ହୋଇପାରେ ମଧୁମେହ ରୋଗ । ମଧୁମେହ ଏକ ଏମିତି ରୋଗ ଯାହାକୁ ସାରା ଜୀବନ ନିୟନ୍ତ୍ରଣ କରିବାକୁ ପଡ଼ିବ। ଥରେ ଏହି ରୋଗ ମାଡ଼ି ବସିଲେ ଚିକିତ୍ସା ମାଧ୍ୟମରେ ଏହାକୁ ସଂପୂର୍ଣ୍ଣ ଶେଷ କରିବା ସମ୍ଭବ ନୁହେଁ।
ଯେମିତିକି ଆପଣ ଜାଣିଛନ୍ତି ଯେ ସୁଗାର ଲେବଲ ଅଧିକ ହେବା ମାତ୍ରେ ଏହା ହାର୍ଟ, କିଡନୀ, ଫୁସଫୁସ ଓ ଦୃଷ୍ଟି ଶକ୍ତିରେ କ୍ଷତି ପହଞ୍ଚାଏ। ଏଥିରେ ରାତ୍ରୀ ଭୋଜନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର କାରଣ ହେଉଛି ଅଧିକାଂଶ ଲୋକ ରାତିରେ ପୂର୍ଣ୍ଣ ଭୋଜନ କରିବା ପରେ ସିଧା ଶୋଇବାକୁ ଯାଆନ୍ତି। ଏହି କାରଣରୁ ଶରୀର ଆଦୌ କାର୍ଯ୍ୟକ୍ଷମ କରିନଥାଏ। ମଧୁମେହ ରୋଗୀଙ୍କ ଏହି ଅଭ୍ୟାସ ସେମାନଙ୍କର ସୁଗାର ଲେବଲକୁ ଅଧିକ କରିଥାଏ। ତେବେ ମଧୁମେହ ରୋଗୀମାନେ ରାତିରେ କିଛି ଖାଦ୍ୟରୁ ଦୁରେଇ ରହିବା ଆବଶ୍ୟକ । ଆସନ୍ତୁ ଜାଣିବା ଏହି ବିଷୟରେ …
- ମଧୁମେହ ରୋଗୀମାନେ ରାତ୍ରି ଭୋଜନରେ ନନ୍ ଭେଜ୍ ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ୍ ନୁହେଁ। ଏଥିରେ ମୁଖ୍ୟତ ମଟନ୍ ଅନ୍ତର୍ଭୁକ୍ତ, ଯାହା ରାତିରେ ଖାଇଲେ ଆପଣଙ୍କ ବ୍ଲଡ୍ ସୁଗାର ବୃଦ୍ଧି ପାଇପାରେ। ତେବେ ଆପଣ ଚାହିଁଲେ ସାମାନ୍ୟ ପରିମାଣର ଚିକେନ୍ ଖାଇପାରିବେ, କିନ୍ତୁ ଏହାର ଅଧିକ ସେବନ ମଧ୍ୟ କ୍ଷତିକାରକ।
- ରାତ୍ରୀ ଭୋଜନ ସମୟରେ କିମ୍ବା ପରେ ଯଦି ମିଠା ଖାଇବାର ଅଭ୍ୟାସ ଅଛି, ତେବେ ତୁରନ୍ତ ଏହାକୁ ପରିବର୍ତ୍ତନ କରନ୍ତୁ । ଏହା ବ୍ଲଡ୍ ସୁଗାର ଲେବଲକୁ ଶୀଘ୍ର ବଢ଼ାଇଥାଏ ।
- ମଧୁମେହ ରୋଗୀମାନେ ରାତିରେ ତେଲିଆ ଓ ଚର୍ବିଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ନୁହେଁ। ଯାହା ବ୍ଲଡ୍ ସୁଗାର ଲେବଲକୁ ପ୍ରଭାବିତ କରିଥାଏ।
- ମଧୁମେହ ରୋଗୀମାନେ ରାତ୍ରୀ ଭୋଜନ କରିବା ପରେ, ଲୋକମାନେ ହାଲୁକା ହେବା ପାଇଁ ବଜାରରେ ମିଳୁଥିବା ଥଣ୍ଡା ପାନୀୟ ପିଇଥା’ନ୍ତି। ଆପଣଙ୍କ ଏହି ଅଭ୍ୟାସ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିପାରେ, କିନ୍ତୁ ଥଣ୍ଡା ପାନୀୟ ଆପଣଙ୍କ ସୁଗାର ଲେବଲକୁ ପ୍ରଭାବିତ କରିପାରେ।