ଭିଜିଲାନ୍ସ ଜାଲରେ ମାଳମାଳ ସରକାରୀ କର୍ମଚାରି ଛନ୍ଦି ହେଉଛନ୍ତି ।କର୍ମଚାରୀଙ୍କ ପୁଳା ପୁଳା ସମ୍ପତି ମଧ୍ୟ ଜବତ ହେଉଛି ।ଠିକ ସେହିପରି ସୁବର୍ଣପୁରର ଖାଉଟି ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ଭିଜିଲାନ୍ସ ଜାଲରେ ପଡିଛନ୍ତି ।ସୁରେଶଙ୍କ ସୋନପୁର ସ୍ଥିତ ଭଡ଼ାଘର,କାର୍ଯ୍ୟାଳୟ ଓ ପୈତୃକ ଘର ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।
ଭୁବନେଶ୍ୱର, ସମ୍ବଲପୁର, ବଲାଙ୍ଗିର, ସୋନପୁର ଓ ବରଗଡ଼ର ୧୧ଟି ସ୍ଥାନରେ ଏହି ରେଡ୍ କରାଯାଇଛି।ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଛି। ଚଢ଼ାଉ ବେଳେ ପୁଳା ପୁଳା ସୁନା ଅଳଙ୍କାର ଓ ଜମିବାଡ଼ି କାଗଜ ପତ୍ର ଭିଜିଲାନ୍ସ ଜବତ କରିଥିବା ଜଣାଯାଇଛି।