Site icon UTKAL PRATIDIN

ବନ୍ଧା ହେଲେ ଖାଦ୍ୟ ଯୋଗାଣ ଅଧିକାରୀ, କୋଟି କୋଟି ଟଙ୍କାର ବ୍ୟାଙ୍କ ଜମା ଠାବ

g-750x430

ଭିଜିଲାନ୍ସ ଜାଲରେ ମାଳମାଳ ସରକାରୀ କର୍ମଚାରୀ ପଡୁଛନ୍ତି ।ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ କରାଯାଇଥିବାବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖାଦ୍ୟ ଯୋଗାଣ ଅଧିକାରୀ (CSO) ସୁରେଶ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି। ସୁରେଶ ପାଣିଗ୍ରାହୀଙ୍କ ଭଡାଘର ଓ କାର୍ଯ୍ୟାଳୟ ସମେତ ୧୧ଟି ସ୍ଥାନରେ ରେଡ୍‌ କରାଯାଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର, ସମ୍ବଲପୁର, ବଲାଙ୍ଗିର, ବରଗଡ଼, ସୁବର୍ଣ୍ଣପୁରରେ ରେଡ୍‌ ହୋଇଥିଲା। ରେଡ୍‌ ବେଳେ ୨ଟି କୋଠା, ୧ ଫାର୍ମ ହାଉସ, ୧୯ ପ୍ଲଟ, ୧.୭୨ କୋଟି ଟଙ୍କାର ବ୍ୟାଙ୍କ ଜମା ଠାବ ହୋଇଛି।

Exit mobile version