Site icon UTKAL PRATIDIN

ରାଜ୍ୟରେ ପ୍ରଥମ ଥର ପାଇଁ ଡିଜି ଆଇଜି ସମ୍ମିଳନୀ

dg-750x430

ପ୍ରଥମ ଥର ପାଇଁ ରାଜ୍ୟରେ ଡିଜି ଆଇଜି ସମ୍ମିଳନୀ ଅନୁଷ୍ଠିତ ହେବ ।ଏଥିପାଇଁ ସମଗ୍ର ରାଜଧାନୀକୁ ସୁରକ୍ଷା ଆବରଣ ମଧ୍ୟରେ ରଖାଯାଇଛି। ୭୦ ପ୍ଲାଟୁନ୍‌ ପୁଲିସ, ୧୨ କମ୍ପାନୀ ସିଆଇଏସ୍‌ଏଫ୍‌ଙ୍କ ସହ ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରାଜଧାନୀ ରହିଛି। ଇଣ୍ଟେଲିଜେନ୍ସ ବ୍ୟୁରୋ ନିର୍ଦ୍ଦେଶକ ତପନ ଡେକାଙ୍କ ସମେତ ବିଭିନ୍ନ ରାଜ୍ୟର ୬୦ରୁ ଊର୍ଦ୍ଧ୍ବ ଡିଜି ଓ ଆଇଜିଙ୍କ ସମେତ ଗୃହ ବିଭାଗ ଅଧୀନରେ ଥିବା ସଂସ୍ଥାଗୁଡିକର ଶୀର୍ଷ ଅଧିକାରୀମାନେ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି।

ଅନ୍ୟପଟେ, ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ପ୍ରଥମଥର ପାଇଁ ଡିଜି-ଆଇଜି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋାଦି, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ। ଡିଜିିପି ସମ୍ମିଳନୀରେ ଯୋଗ ଦେବାକୁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ସମ୍ମିଳନୀରେ ତିନି ଦିନ ଧରି ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ହେବ ଆଲୋଚନା। ସେଥିପାଇଁ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି।

Exit mobile version