Site icon UTKAL PRATIDIN

ଫିକା ପଡିଗଲା ଖାକି ପୋଷାକରେ ଗୋଲାପୀ ଛିଟା: ନିଲମ୍ବିତ ହେଲେ ଅଗ୍ନିଶମ ଡିଆଇଜି

rajesh pandit

ଭୁବନେଶ୍ୱର: ସୀମା ଟପିଗଲା କ୍ଷମତାର ଅପବ୍ୟବହାର | ମହାଙ୍ଗା ପଡିଲା ମହିଳା ପୋଲିସଙ୍କୁ ପ୍ରେମ ନିବେଦନ | ଗୋଟିଏ ମାଡ଼ରେ ଫିକା ପଡିଗଲା ଖାକୀ ପୋଷାକର ଗୋଲାପୀ ଛିଟା | ମୁଖ୍ୟମନ୍ତ୍ରୀ ନିତିଆୟୋଗ ବୈଠକରୁ ଫେରିବା ପରେ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି |
୨୦୦୭ ବ୍ୟାଚର ଆଇପିଏସ ରାଜେଶ ପଣ୍ଡିତଙ୍କ କାରନାମାକୁ ନେଇ ସାରା ରାଜ୍ୟରେ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା | ଗତ ୨୭ ତାରିଖ ରାତିରେ ଆଇପିଏସ ରାଜେଶ ପଣ୍ଡିତ କ୍ୟାପିଟାଲ ଥାନା ଅଂଚଳରେ ଜଣେ ମହିଳା ପୋଲିସ ଇନ୍ସପେକ୍ଟରଙ୍କ ଘରକୁ ଯାଇ ପାଟିତୁଣ୍ଡ କରିଥିଲେ | ଉକ୍ତ ମହିଳା ପୋଲିସ ଅଧିକାରୀଙ୍କୁ ବିବାହ କରିବା ପାଇଁ ଜିଦ ଧରିବା ସହ ତାଙ୍କ ସ୍ୱାମୀଙ୍କୁ ମାରପିଟ କରିଥିଲେ | ଏହି ଖବରକୁ ନେଇ ସବୁଠି ଚର୍ଚ୍ଚା ହେଉଥିଲା | ମୁଖ୍ୟମନ୍ତ୍ରୀ ମୋହନ ମାଝି ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି |
ଏ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି | ଏହି ନିର୍ଦେଶନାମା ଆଧାରରେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ବର୍ତ୍ତମାନ ରାଜେଶ ପଣ୍ଡିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟ କରିବେ ଏବଂ ଡିଜିଙ୍କ ବିନା ଅନୁମତିରେ ସେ କ୍ୱାର୍ଟର୍ସ ଛାଡି ଯାଇ ପାରିବେ ନାହିଁ |

Exit mobile version