ଘୋଷଣା ହୋଇସାରିଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ।ରେଜଲ୍ଟ ଘୋଷଣା ପରେ ବିଜୟ ଉତ୍ସବ ପାଳନ କରିଛନ୍ତି ନବନିର୍ବାଚିତ ପ୍ରାର୍ଥୀ। ତେବେ ଏହି ବିଜୟ ଉତ୍ସବ ପାଳନ ବେଳେ ଘଟିଛି ଅଘଟଣ। ନିଆଁ ଲାଗି ନବନିର୍ବାଚିତ ପ୍ରାର୍ଥୀଙ୍କ ସମେତ ଜଳି ଯାଇଛନ୍ତି କିଛି ମହିଳା।
ମହାରାଷ୍ଟର ଚନ୍ଦ୍ରଗଡ ବିଧାନସଭା ନିର୍ବାଚନ ମଣ୍ଡଳି। ଶନିବାର ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରୁ ଶିବାଜୀ ପାଟିଲ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ତେବେ ତାଙ୍କ ଜିତିବା ପରେ ପାଳନ ହୋଇଥିଲା ବିଜୟ ଉତ୍ସବ। ଏହି ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।ହି ଶୋଭାଯାତ୍ରାରେ ସାମିଲ ହୋଇଥିବା କିଛି ମହିଳା ମଧ୍ୟ ଆହତ ହୋଇଛନ୍ତି।
ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହାଗାଓଁରେ ବିଜୟ ପରେ କିଛି ମହିଳା ଶିବାଜୀ ପାଟିଲଙ୍କ ଆଳତି କରୁଥିଲେ। ଏହି ସମୟରେ ବହୁ ପରିମାଣର ଅବିର ସେମାନଙ୍କ ଆଳତି ପ୍ଲେଟ ଉପରେ କ୍ରେନରୁ ଖସିପଡିଥିଳା। ଏହାପରେ ଅଗ୍ନିକାଣ୍ଡ ଘଟିଥିଲା।