ପରିକ୍ରମା ପ୍ରକଳ୍ପ ସମୟରେ ଘର ଘର ବୁଲି ଅର୍ପଣ ଚାଉଳ ସଂଗ୍ରହ ହୋଇଥିଲା ।ଦୀର୍ଘ ୬ ମାସ ଧରି ପଡିରହିବା ପରେ ଆଜି ଶେଷରେ ନିଲାମ ହୋଇଛି ।ଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ ହେଲା ଅର୍ପଣ ଚାଉଳ।ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।
ଅର୍ପଣ ଚାଉଳକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗଚ୍ଛିତ ଥିବା ଅର୍ପଣ ଚାଉଳର ମାନ ପରୀକ୍ଷା କରାଯାଇଛି। ଏହା ଯଦିଓ ମଣିଷ ଖାଦ୍ୟ ଉପଯୋଗୀ ତେବେ ଏହା ‘ବି’ କାଟେଗୋରିରେ ଆସୁଥିବା ମାନ ଯାଞ୍ଚକାରୀଙ୍କ ସୂତ୍ରରୁ ସୂଚନା ମିଳିଛି।
ତେଣୁ ନିଷ୍ପତ୍ତି ଅନୁସାରେ ଏହି ଚାଉଳକୁ ନିଲାମ କରାଯାଇ ତାହାର ବିକ୍ରି ଲବ୍ଧ ଅର୍ଥକୁ ଶ୍ରୀମନ୍ଦିରକୁ ଦାନ କରାଯିବ ବୋଲି ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୋମବାର ଆବାସିକ କାର୍ଯ୍ୟାଳୟରେ ସୂଚନା ଦେଇଛନ୍ତି ।
ଅର୍ପଣ ଚାଉଳରେ ଖିଚୁଡ଼ି ପ୍ରସ୍ତୁତ କରି ଭକ୍ତଙ୍କୁ ପ୍ରସାଦ ରୂପେ ବଣ୍ଟନ କରାଯାଇଥିଲା ।କିନ୍ତୁ ସରକାର ପରିବର୍ତନ ହେବପରେ ପ୍ରସାଦ ବଣ୍ଟନ ମଧ୍ୟ ବନ୍ଦ ହୋଇଯାଇଥିଲା ।ଯଦି ସରକାର ଚାହିଁବେ ତାହାଲେ ପୁଣିଥରେ ତାହା ବଣ୍ଟା ଯାଇପାରିବ ବୋଲି ମହାସୁଆର କହିଛନ୍ତି।