Site icon UTKAL PRATIDIN

ସୀମା-ସଚିନଙ୍କୁ ନେଇ ଫିଲ୍ମ ‘କରାଚିରୁ ନଏଡା’

download (21)

ମୁମ୍ବାଇ: ନିକଟରେ ସାମ୍‌ନାକୁ ଆସିଥିବା ସଚିନ- ସୀମାଙ୍କ ପ୍ରେମ କାହାଣୀ ବେଶ୍‌ ଚର୍ଚ୍ଚାରେ ରହିଛି। ଦୁହିଁଙ୍କ ପ୍ରେମ କାହାଣୀ ଏବେ ଘରେ ଘରେ ପରିଚିତ। ପ୍ରେମ ପାଇଁ ପାକିସ୍ତାନ କରାଚିର ସୀମା ସ୍ବାମୀଙ୍କୁ ଛାଡ଼ି ୪ ପିଲାଙ୍କୁ ଧରି ବେଆଇନ ଭାବେ ସୀମା ପାର କରି ଭାରତରେ ପ୍ରବେଶ କରିଥିଲେ। ନିକଟରେ ସେ ଫିଲ୍ମରେ ଅଭିନୟ କରିବେ ବୋଲି ଖବର ପ୍ରକାଶ ପାଇଥିଲାବେଳେ ଏବେ ତାଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଯାହାର ନାମ ରହିବ ‘କରାଚିରୁ ନଏଡ଼ା’। ପ୍ରଯୋଜକ ଅମିତ ଯାନୀ ଆଗାମୀ ସପ୍ତାହରେ ଫିଲ୍ମର ଥିମ୍‌ ସଙ୍ଗ ରିଲିଜ୍‌ କରିବେ।

ପୂର୍ବରୁ ମଧ୍ୟ ପ୍ରଯୋଜକ ଯାନୀ ସୀମାଙ୍କୁ ଏକ ସିନେମା ପାଇଁ ଅଫର କରିଥିଲେ। ଯେଉଁଥିପାଇଁ ସୀମା ପ୍ରସ୍ତୁତ ହୋଇଯାଇଥିଲେ ା ରାଜସ୍ଥାନ ଉଦୟପୁରର କହ୍ନେୟା ଲାଲ୍‌ ହତ୍ୟାକାଣ୍ଡ ଉପରେ ନିର୍ମିତ ଏକ ଫିଲ୍ମ ‘ଏ ଟେଲର ମର୍ଡର ଷ୍ଟୋରି’ରେ ସୀମାଙ୍କୁ ‘ର’ ଏଜେଣ୍ଟର ଅଭିନୟ ପାଇଁ ଅଫର ମିଳିଥିଲା। ଏଥିପାଇଁ ସୀମା ହଁ କହିଛନ୍ତି। ତେବେ ଫିଲ୍ମ ପ୍ରଯୋଜକ ଯାନୀଙ୍କୁ ମଧ୍ୟ ଏଥିପାଇଁ ଅନେକ ଧମକ ମିଳିଛି। ଏନେଇ ସେ ଟୁଇଟ କରି ଜଣାଇଛନ୍ତି। ଏହି ଧମକ ବାବଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୋଲିସକୁ ଅନୁରୋଧ ମଧ୍ୟ କରିଛନ୍ତି।

Exit mobile version