Site icon UTKAL PRATIDIN

ଲୋକଙ୍କ ଉତ୍ସାହ ବଢାଇଲା ‘ଫାଇଟର’ ଟିଜର

15

ମୁମ୍ବଇ: ବଲିଉଡ଼ ଅଭିନେତା ହ୍ରିତିକ୍‌ ରୋଶନ ଓ ଅଭିନେତ୍ରୀ ଦୀପିକା ପାଦୁକୋନ ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଫାଇଟର’ର ଟିଜର ଶୁକ୍ରବାର ରିଲିଜ୍‌ ହୋଇଛି। ଟିଜରରେ ଜବରଦସ୍ତ ଆକ୍ସନ ଦୃଶ୍ୟ ଦେଖିବାକୁ ମିଳିଛି। ଟିଜର ଦେଖିବା ପରେ ଫିଲ୍ମକୁ ନେଇ ସିନେପ୍ରେମୀଙ୍କ ଉତ୍ସାହ ଦୁଇଗୁଣିତ ହୋଇଯାଇଛି।

ଦର୍ଶକ ଟିଜରକୁ ନେଇ ବେଶ୍‌ ସକରାତ୍ମକ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି।ଚଳଚ୍ଚିତ୍ରର ଏହି କିଛି ମିନିଟ୍‌ର ଟିଜର ଏହା ପ୍ରମାଣ କରିଦେଇଛି ଯେ, ଫିଲ୍ମ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିବ। ଟିଜରରେ ହ୍ରିତିକ୍‌ ଓ ଦୀପିକା ଆକାଶ ଉଚ୍ଚତାକୁ ଛୁଇଁଥିବାର ନଜର ଆସିଛନ୍ତି।

ଏଥିରେ ହ୍ରିତିକ୍‌, ଦୀପିକା ଓ ଅନୀଲ କପୁରଙ୍କ ଦମ୍‌ଦାର ଲୁକ୍‌ ଦର୍ଶକଙ୍କୁ ଆକର୍ଷିତ କରିଛି। ଭିଡିଓରେ ହ୍ରିତିକ୍‌ ବିମାନରୁ ବାହାରି ଭାରତର ତ୍ରିରଙ୍ଗା ଉଡ଼ାଉଥିବା ଦେଖିବାକୁ ମିଳିଛି। ଲୋକେ ହ୍ରିତିକ୍‌ ରୋଶନ ଓ ଦୀପିକା ପାଦୁକୋନଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରିଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ବାରା ନିର୍ଦେଶିତ ‘ଫାଇଟର’ ଆସନ୍ତା ଜାନୁଆରୀ ୨୫ ତାରିଖରେ ପ୍ରେକ୍ଷାଳୟକୁ ଆସିବ।

Exit mobile version