Site icon UTKAL PRATIDIN

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ଦୋକାନ

20241013_080115

୧୫ରୁ ଅଧିକ ଦୋକାନ ଭୟାବହ ଅଗ୍ନିକାଣ୍ଡରେ ଜଳି ଯାଇଛି ।ଗତକାଲି ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ନିଅଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ସ୍ଥିତି ସୁଧାର ଥିବା ସୂଚନା ମିଳିଛି।

ଗତକାଲି ରାତି ପ୍ରାୟ ୨ଟା ସମୟରେ ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ବେଳେ ପାଖାପାଖି ଲକ୍ଷାଧିକ ଟଙ୍କାର ପନିପରିବା ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ ନିଆଁ ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ ହେଁ ନିଆଁର ପରିମାଣ ଏତେ ଅଧିକ ଥିଲା ଯେ ଅଗ୍ନିଶମ କର୍ମଚାରି ପହଞ୍ଚିଲା ବେଳକୁ ସବୁ ଛାରଖାର ହୋଇଯାଇଥିଲା ।

Exit mobile version