Site icon UTKAL PRATIDIN

ମୁଖ୍ୟମନ୍ତ୍ରୀଙ୍କୁ ଗିରଫ ହେବା ଭୟ; ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ

images-4

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କୋର୍ଟରୁ ଦାବି କରିଛନ୍ତି । ସେ କହିଛନ୍ତି, ‘ଦିଲ୍ଲୀ ମଦ ଦୁର୍ନୀତି ମାମଲା ଯାଞ୍ଚରେ ସହଯୋଗ କରିବାକୁ ମୁଁ ପ୍ରସ୍ତୁତ ଅଛି କିନ୍ତୁ ମତେ ଗିରଫ କରିବା ପାଇଁ ଇଡିକୁ ରୋକାଯାଉ’।

କେଜ୍ରିୱାଲ ଆହୁରି କହିଛନ୍ତି, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କୋର୍ଟରେ ଏକ ନିଶ୍ଚିତତା ଦେବା ଉଚିତ ଯେ ଯଦି ତାଙ୍କ ବିରୋଧରେ ଯଦି କୌଣସି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ଇଡିରେ ହାଜର ହେବେ । ତେବେ ଆଜି (ଗୁରୁବାର) ଦିଲ୍ଲୀ ହାଇକୋର୍ଟରେ ବିଚାରପତି ସୁରେଶ କେଟଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାରେ ଶୁଣାଣି କରିବେ ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବର୍ତ୍ତମାନ ସୁଦ୍ଧା ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ୯ ଥର ସମନ ପଠାଇସାରିଲାଣି । ଗତ ୧୭ ତାରିଖରେ ୯ମ ସମନ ଜାରି କରି ଆଜି (ମାର୍ଚ୍ଚ ୨୧) ଇଡିରେ ହାଜର ହେବା ନେଇ କେଜ୍ରିଓ୍ବାଲଙ୍କୁ କୁହାଯାଇଥିଲା । ହେଲେ ଏହା ପୂର୍ବରୁ ସେ କୋର୍ଟରେ ପହଞ୍ଚି ତାଙ୍କ ବିରୋଧରେ ଇଡି କୌଣସି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ସେ ଆବେଦନରେ ଦର୍ଶାଇଛନ୍ତି ।

ତେବେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତଦନ୍ତ ପାଇଁ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୯ ଥର ସମର ଦାରି କରିବା ସତ୍ତ୍ୱେ ସେ ଏହା ଅଣଦେଖା କରି ଆସୁଛନ୍ତି । ଏହି ମାମଲାରେ ପୂର୍ବରୁ ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂ, ବିଜୟ ନାୟରଙ୍କୁ ଇଡି ଗିରଫ କରିସାରିଛି ।

Exit mobile version