Site icon UTKAL PRATIDIN

ଶଶୂର କାଟିଦେଲେ ବୋହୂର ନାକ

athagarh

ଆଠଗଡ:ଲୋକ କାହାଣୀ ତଅପୋଇରେ ଦିନେ ପଢିଥିଲେ ନଣଦ ଭାଉଜମାନଙ୍କ ନାକ କଟିଥିଲା | ସେହି ବୋହୁ ନାକ କାଟିବା କଥାର ଏବେ ପୁନରାବୃତି ଘଟିଛି | ହେଲେ ଏଠି ନଣନ୍ଦ ନୁହେଁ, ଶଶୂର କାଟି ଦେଛନ୍ତି ବୋହୂର ନାକ | ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ରେ |

ଝଗଡା ଆରମ୍ଭ ହୋଇଥିଲା ଘରୋଇ କଳିରୁ |  ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଶ୍ୱଶୁର- ବୋହୂ ମଧ୍ୟରେ  ସାମାନ୍ୟ କଥାକୁ ନେଇ କଳି  ଲାଗିଥିଲା | ହେଲେ ଶେଷରେ ଶଶୂର ବୋହୁ ନୀନା ନାୟକଙ୍କ ନାକ କାଟି ଦେଇଥିଲେ  |

 ଏ ନେଇ  ଥାନାରେ ଅଭିଯୋଗ ହେବା ପରେ  ପୁଲିସ୍‌ ଅଭିଯୁକ୍ତ ଶଶୂର ଅମର ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି। 

ଘଟଣାଟି ଥିଲା ଏମିତି | ଆଜି ସକାଳେ ନୀନାଙ୍କ ଝିଅ ଏକ ଛୁରୀ ଧରି ଖେଳୁଥିବା ଦେଖି  ଅମର ବାରଣ କରିଥିଲେ | ହେଲେ ନାତୁଣୀ ଶୁଣି ନ ଥିଲା । ଏଥିରେ  ଉତ୍ତ୍ୟକ୍ତ ହୋଇ ଆମର ନାତୁଣୀକୁ ପିଟିଥିଲେ। ଏହାକୁ ନେଇ  ଶଶୂର -ବୋହୂଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା | ଉତ୍ତ୍ୟକ୍ତ ଅମର ରାଗରେ  ସେହି  ଛୁରୀରେ ବୋହୂଙ୍କ ନାକ କାଟି ଦେଇଥିଲେ। ନିନାଙ୍କୁ ଏବେ  ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଏଠି କହି ରଖିବୁ,  ନୀନାଙ୍କ ସ୍ୱାମୀ ବୋଲବମ୍‌ ଯାଇଛନ୍ତି | ଟଙ୍କା ଅନୁପସ୍ଥିତିରେ ଏପରି ଘଟଣା ଘଟିଛି  |

Exit mobile version