Site icon UTKAL PRATIDIN

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ମୃତ

Accident-1

ଆଗ୍ରା : ଆଗ୍ରା ହାଇଓ୍ୱେରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଏକ କଣ୍ଟେନର୍‌ ଦ୍ରୁତ ଗତିରେ ଆସି ବ୍ୟାରିକେଡ୍‌ କୁ ଧକ୍କା ଦେଇ ୨୦ଟି ଗାଡ଼ିକୁ ଘୋଷାଡ଼ି ନେଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଖବର ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଏକ କଣ୍ଟେନର ଦ୍ରୁତ ଗତିରେ ଆସି ପୁଲିସ ବ୍ୟାରିକେଡ୍‌ ଭାଙ୍ଗି ୨୦ଟି ଗାଡିକୁ ଧକ୍କା ଦେଇ ୫୦ ମିଟର ଯାଏ ଘୋଷାଡି ନେଇଥିଲା। ଫଳରେ କଣ୍ଟେନର ତଳେ ଫଶି ଏକ ବାଇକ୍‌ରେ ନିଆଁ ଲାଗି ହୁ ହୁ ହୋଇ ଜଳିବାକୁ ଲାଗିଥିଲା।

ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।ସେପଟେ ଦୁର୍ଘଟଣାରେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। କେବଳ ସେତିକି ନୁହେଁ ଡ୍ରାଇଭରଙ୍କୁ କାବୁ କରି ସ୍ଥାନୀୟ ଲୋକେ ନିର୍ଧୁମ ମାଡ଼ ମାରିଛନ୍ତି। ଦୁର୍ଘଟଣା ଘଟାଇଥିବା କଣ୍ଟେନର ଡ୍ରାଇଭରକୁ ପୁଲିସ ଗିରଫ କରିଛି।

ସମସ୍ତ ୯ ଜଣ ଆହତଙ୍କୁ ଉଦ୍ଧାର କରି ଏସ୍‌ଏନ୍‌ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ନିଶାସକ୍ତ ଅବସ୍ଥାରେ କଣ୍ଟେନର ଡ୍ରାଇଭର ଜଣକ ଗାଡ଼ି ଚଳାଥିଲା ବୋଲି ପୁଲିସ କହିଛି।

Exit mobile version