Site icon UTKAL PRATIDIN

ବିଜେପିରେ ଯୋଗ ଦେଲେ ପ୍ରସିଦ୍ଧ ଗାୟୀକା ଅନୁରାଧା ପଡ଼ୱାଲ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ପ୍ରସିଦ୍ଧ ଗାୟୀକା ଅନୁରାଧା ପଡୱାଲ। ସେ ଆଜି ଅପରାହ୍ନରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଦଳରେ ଯୋଗ ଦେଇଛନ୍ତି। ଖୁବଶୀଘ୍ର ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି ଆଉ ଏହି ସମୟରେ ଅନୁରାଧା ପାଉଡୱାଲ ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ବିଜେପି କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି ।

ବିଜେପିରେ ଯୋଗଦେବା ପରେ ଅନୁରାଧା ପାଉଡୱାଲ କହିଛନ୍ତି ଯେ, ମୁଁ ଖୁସି ଯେ ଆଜି ମୁଁ ସେହି ଲୋକମାନଙ୍କ ସହ ଯୋଗ ଦେଉଛି ଯେଉଁମାନଙ୍କର ସନାତନ ସହିତ ଗଭୀର ସମ୍ପର୍କ ରହିଛି। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଗୀତ ଗାଇବା ପରେ ମୁଁ ଭକ୍ତି ଗୀତ ମଧ୍ୟ ଗାଇଛି। ଯେତେବେଳେ ରାମଲାଲା ପ୍ରତିଷ୍ଠା ହେଲା, ମୁଁ ସେଠାରେ ଗୀତ ଗାଇବାର ସୁଯୋଗ ପାଇଲି, ଏହା ମୋର ଭାଗ୍ୟ। ଆଜି ନିର୍ବାଚନ କମିଶନର ଆଗାମୀ ଲୋକସଭା ଓ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାକୁ ଯାଉଛନ୍ତି ।

ଠିକ୍ ଏହି ସମୟରେ ଅନୁରାଧା ବିଜେପିରେ ଯୋଗ ଦେଉଥିବାରୁ ତାଙ୍କୁ ବିଜେପି ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି ।

Exit mobile version