
ଉତ୍ତରପ୍ରଦେଶର ପ୍ରୟାଗରାଜରେ ନକଲି ନୋଟ ଛାପା କାରବାର ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି । ମଦ୍ରାସାରେ ଛପାଯାଉଥିଲା କୋଟି କୋଟି ଟଙ୍କାର ଜାଲ୍ ନୋଟ୍ ।କେବଳ ସେତିକି ନୁହେଁ ମଦ୍ରାସା ଭିତରୁ RSS ବିରୁଦ୍ଧରେ ଅପପ୍ରଚାର ପାଇଁ ପୁସ୍ତକ ବି ପ୍ରକାଶିତ ହୋଇଥିବା ଜଣାପଡ଼ିଛି। ଏହି ସାନୁ ଘଟଣାର ପ୍ରିଣ୍ଟର ସହ ୧୩ ଶହଟି ନକଲି ଶହେ ଟଙ୍କିଆ ଜବତ କରିଛି ପୋଲିସମାଷ୍ଟରମାଇଂଡ ସାଜିଥିଲା ଭଦ୍ରକ ପୁଅ |
ଏଯାବତ ପୋଲିସ ୧ ଲକ୍ଷ ୩୦ ହଜାର ଟଙ୍କାର ନକଲି ନୋଟ ଜବତ କରିଥିବା ବେଳେ ମୋଟ ୪ ଜଣକୁ ଗିରଫ କରିଛି | ସବୁଠାରୁ ଆଶ୍ଚର୍ଯ୍ୟକର ଜିନିଷ ଏ ପୂରା କାଣ୍ଡର ମାଷ୍ଟରମାଇଣ୍ଡ ଜଣେ ଓଡ଼ିଆ ପୁଅ । ଓଡିଶା ଭଦ୍ରକର ଜାହିର ଖାନ ନାମକ ଜଣେ ଯୁବକଙ୍କ ତତ୍ୱାବଧାନରେ ଏ ପୁରା କାରବାର ଚାଲିଥିବା ସୂଚନା ମିଳିଛି ।
ପୋଲିସଙ୍କ କହିବା ମୁତାବକ, ପ୍ରାୟ ୪ ବର୍ଷ ତଳେ ଜାହିର ପାଠପଢିବାକୁ ଏହି ମଦ୍ରାସାକୁ ଆସିଥିଲା | ସେ ମଦ୍ରାସା ଭିତରେ ପ୍ରିଣ୍ଟର ଏବଂ ସ୍କାନର ବ୍ୟବହାର କରି ନକଲି ନୋଟ ଛାପୁଥିଲା | ଯାହାକୁ ନେଇ ଓଡିଶା ଲିଙ୍କରେ ୟୁପି ପୋଲିସ ଓଡିଶା ଆସିପାରେ |