ନାଇଜେରିଆ ସୀମା ନିକଟ ବେନିନରେ ଥିବା ଏକ ତୈଳ ଡିପୋରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଘଟଣାରେ ୩୪ ଜଣଙ୍କର ମୃତ୍ୟୁ ସହିତ ୨୦ରୁ ଉର୍ଦ୍ଧ ଆହତ ହୋଇଥିବା ସୂଚନା ମିଳିଛି ।
ସ୍ଥାନୀୟ ଲୋକଙ୍କ କହିବା ନୁସାରେ, ଅଗ୍ନିକାଣ୍ଡଟି ନାଇଜେରିଆର ଦକ୍ଷିଣ ସହର ସେମେ ପୋଡଜୀଠାରେ ଏକ ଚୋରା ଚାଲାଣ ଇନ୍ଧନ ଗୋଦାମରେ ହୋଇଛି । ଏଠାରେ କାର, ମୋଟରସାଇକେଲ ଏବଂ ତିନି ଚକିଆ ଯାନ ଇନ୍ଧନ ଭରିବାକୁ ଆସିଥିଲେ । ଏହି ସମୟରେ ଏଠାରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଦୁଇଜଣ ଛୋଟ ପିଲା ମଧ୍ୟ ମୃତ୍ୟୁ ବରଣ କରିଥିବାର ସୂଚନା ରହିଛି l
ଆଫ୍ରିକୀୟ ଦେଶ ନାଇଜେରିଆ ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ ସ୍ଥାନ । ଏଠାରେ ଇନ୍ଧନ ଶସ୍ତାରେ ମିଳିଥାଏ । ବେନିନ୍ ସହର ଏବଂ ପଡ଼ୋଶୀ ରାସ୍ତାରେ ବିକ୍ରି ହେଉଥିବା ହଜାର ହଜାର ଲିଟର ପେଟ୍ରୋଲ ସାଧାରଣତଃ ବେନିନ୍-ନାଇଜେରିଆ ସୀମାରେ ଥିବା ଷ୍ଟେସନରୁ ଆସିଥାଏ । ଯେଉଁ କାରଣରୁ ଦେଶ ତଥା ଏହାର ସୀମାରେ ଇନ୍ଧନ ଚୋରା ଚାଲାଣ ଏକ ସାଧାରଣ କଥା । ଅନେକ ଥର ଏଠାରେ ବେଆଇନ ରିଫାଇନାରୀ, ଇନ୍ଧନ ଡମ୍ପିଂ ଷ୍ଟେସନ ଏବଂ ପାଇପଲାଇନରେ ଅଗ୍ନିକାଣ୍ଡ ଘଟିଥାଏ । ହେଲେ ଆଜି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି l ଅଗ୍ନିକାଣ୍ଡ ଯୋଗୁଁ ଡିପୋରେ ବିସ୍ଫୋରଣ ଘଟିଛି l ଯାହାଦ୍ୱାରା ଏତେ ସଂଖ୍ୟାର ଲୋକ ମୁତ୍ୟୁବରଣ କରିବ ସହ ଆହତ ମଧ୍ୟ ହୋଇଛନ୍ତି l