Site icon UTKAL PRATIDIN

ମାସ ଆରମ୍ଭରୁ ମାହାଙ୍ଗା ମାଡ,ବଢିଲା ଏଲପିଜି ଦର

Gas_Rate_1730432040

ଦୀପାବଳୀ ପରେ ପରେ ବଢ଼ିଲା ମାହାଙ୍ଗା ମାଡ ।ଗତ ମାସ ପରେ ଚଳିତ ମାସ କାମାର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଛି ।ଯାହା ସାଧାରଣ ଜନତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।୧୯ କିଲୋଗ୍ରାମ ଗ୍ୟାସ୍‌ ଯୁକ୍ତ କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍‌ ୬୨ ଟଙ୍କା ଲେଖା ବଢ଼ିଛି । ଆଜିଠୁ ଏହି ନୂଆ ଦର ଲାଗୁ ହେବ ।

ଗତ ୪ ମାସ ହେବ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ବଢ଼ିବାରେ ଲାଗିଛି।ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୭୪୦ ରୁ ୧୮୦୨ ଟଙ୍କାକୁ ବୃଦ୍ଧି କରାଯାଇଛି । କୋଲକାତାର ୧୮୫୦ ରୁ ୧୯୧୧.୫୦ ଟଙ୍କାକୁ ବୃଦ୍ଧି ହୋଇଛି ।

ମୁମ୍ବାଇରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ନୂତନ ମୂଲ୍ୟ ୧୬୯୨.୫୦ ରୁ ୧୭୫4.୫୦ ଟଙ୍କାକୁ ବୃଦ୍ଧି ପାଇଛି । ଚେନ୍ନାଇରେ କମର୍ସିଆଲ ଏଲପିଜି ସିଲିଣ୍ଡର ଗ୍ୟାସ ୧୯୬୪.୫୦ ରୁ ବୃଦ୍ଧି ପାଇ ୧୯୦୩ ଟଙ୍କାରେ ପହଞ୍ଚିଛି ।

ତେବେ ଆଜିଠାରୁ କମର୍ସିଆଲ ସିଲିଣ୍ଡରର ଦାମ୍ ବୃଦ୍ଧି ହୋଇଥିଲେ ହେଁ ଘରୋଇ ସିଲିଣ୍ଡର ଦାମ୍ ନେଇ କୌଣସି ଘୋଷଣା କରାଯାଇ ନାହିଁ । କିନ୍ତୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ରେଷ୍ଟୁରାଣ୍ଟରେ ଭୋଜନ ଉପରେ ପ୍ରଭାବ ପକାଇପାରେ । ରେଷ୍ଟୁରାଣ୍ଟଗୁଡିକ ସେମାନଙ୍କର ଖାଦ୍ୟ ହାର ବୃଦ୍ଧି କରିପାରନ୍ତି ।

Exit mobile version