ଅକ୍ଟୋବର ୭ ତାରିଖ ୨୦୦୦ଟଙ୍କିଆ ନୋଟ୍ ବଦଳିର ଶେଷ ଦିନ । ତେବେ ଆଜି ହେଇଗଲା ଅକ୍ଟୋବର ୬ ତାରିଖ l ତେଣୁ ହାତରେ କେବଳ ଆଉ ଗୋଟିଏ ଦିନ ବାକି l ଯଦି ଏବେ ବି ଆପଣଙ୍କ ପାଖରେ ରହିଛି ୨୦୦୦ ଟଙ୍କିଆ ତେବେ ତୁରନ୍ତ ବ୍ୟାଙ୍କ ଯାଇ ତାହାକୁ ବଦଳାଇ ନିଅନ୍ତୁ ।
ସୂଚନା ଅନୁଯାୟୀ, ଗତ ମେ’ମାସ ୧୯ ତାରିଖିରୁ ୨୦୦୦ଟଙ୍କିଆ ନୋଟକୁ ବିମୁଦ୍ରୀକରଣ ପାଇଁ ଘୋଷଣା କରିଥିଲେ ସରକାର । ତେଣୁ ସେଥିପାଇଁ ପୂର୍ବରୁ ୨୦୦୦ ଟଙ୍କିଆ ନୋଟ୍ ବଦଳିର ଅବଧି ସେପ୍ଟେମ୍ବର ୩୦ ତାରିଖ ଯାଏଁ ନିର୍ଦ୍ଧାରିତ କରାଯାଇଥିଲା l ସେହି ସମୟ ଭିତରେ ସମସ୍ତ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କ ପାଖରେ ପହଞ୍ଚି ପାରି ନଥିବାରୁ ପୁନଶ୍ଚ ଏହି ସମୟସୀମାକୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ତେଣୁ ଯେଉଁ ବ୍ୟକ୍ତି ୨ହଜାର ଟଙ୍କିଆ ନୋଟ୍ ବଦଳି କରିନାହାନ୍ତି, ସେମାନଙ୍କ ପାଖରେ ଶେଷ ସୁଯୋଗ ରହିଛି । ଆସନ୍ତାକାଲି ମଧ୍ୟରେ ବ୍ୟାଙ୍କକୁ ଯାଇ ୨ହଜାର ଟଙ୍କିଆ ନୋଟକୁ ବଦଳି କରିପାରିବେ ।