Site icon UTKAL PRATIDIN

ଶଙ୍ଖ ଛାଡ଼ି ହାତ ଧରିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ

dc-Cover-71nag6v6jjii05ta8lnq1e0t16-20240108212624.Medi_

ଭବାନୀପାଟଣା: ଶଙ୍ଖ ଛାଡ଼ି ହାତ ଧରିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ। ଦୁଇ ସପ୍ତାହ ତଳେ ବିଜେଡି ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଭବାନୀପାଟଣାରେ  କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି।  ଜାନୁଆରୀ ୮ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ବଳଭଦ୍ର ମାଝୀ। ତାଙ୍କର ଦଳ ଛାଡ଼ିବା ପଛର କାରଣ ପଚରା ଯିବାରୁ ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଚ୍ଛା କରିଥିଲି। କିନ୍ତୁ ଭେଟିବାକୁ ଦିଆଗଲାନି। ଜଣେ କର୍ମଚାରୀଙ୍କ ମାଧ୍ୟମରେ ଭେଟିବାକୁ କୁହାଗଲା।

ଉଦ୍ୟମ କରି ବି ଭେଟିପାରିଲି ନାହିଁ। ତେଣୁ ଇସ୍ତଫା ଦେଲି। କିନ୍ତୁ ସେ ତାଙ୍କ ଇସ୍ତଫା ପତ୍ରରେ ଏ ନେଇ କିଛି ଉଲ୍ଲେଖ କରି ନଥିଲେ। ବଳଭଦ୍ର କହିଥିଲେ, ବିଜୁ ଜନତା ଦଳରେ କୋଟେରୀ ଗ୍ରୁପ୍‌ ସକ୍ରିୟ ଅଛନ୍ତି। ପ୍ୟାରୀଙ୍କ ପାଖରେ ଯେଉଁ କୋଟେରୀ ଥିଲେ, ଏବେ ପାଣ୍ଡିଆନଙ୍କ ପାଖରେ ଅଛି। ସେହି କୋଟେରୀ ଥିବା ପର୍ଯ୍ୟନ୍ତ ମୋତେ କେବେ ବି ସୁଯୋଗ ମିଳିବନି।

ବଳଭଦ୍ରଙ୍କ ଏପରି ବୟାନ ଦଳରେ ଥିବା ଅନେକ ଟାଣୁଆ ନେତାଙ୍କ ମନ କଥାକୁ ସାମ୍ନାକୁ ଆଣିଥିଲେ। ଯେଉଁମାନେ କି ଆଗାମୀ ଦିନରେ ଆହୁରି ପାୱାରଫୁଲ ହେବାକୁ ଚାହୁଁଛନ୍ତି ସତ କିନ୍ତୁ ଦଳରେ ସେମାନଙ୍କୁ ଅଣଦେଖା କରାଯାଉଛି। ତେବେ ଶଙ୍ଖ ଦଳରେ ଓ ପରେ ହାତ ଦଳରେ ବଳଭଦ୍ର ମାଝୀଙ୍କୁ କିପରି ଦାୟିତ୍ଵ ମିଳୁଛି ତାହା ସମୟ ହିଁ କହିବ। 

Exit mobile version