Site icon UTKAL PRATIDIN

ପ୍ରତିବର୍ଷ ହୁଏ ଏଠି ମୁଷଳ ଧାରାରେ ମାଛ ବୃଷ୍ଟି

WhatsApp Image 2023-09-29 at 1.48.08 PM (1)

ସାଧାରଣ ବର୍ଷା ହେଲେ ପାଣି ପଡ଼େ । ହେଲେ ଆପଣ ଜାଣିଲେ ଅଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏମିତି ଏକ ଜାଗା ଅଛି ଯେଉଁଠାରେ ମାଛ ବର୍ଷା ହୁଏ । କଥାଟି ଅଜବ ଲାଗୁଥିଲେ ବି ସତ । ଆଜି ଆମେ ଆପଣଙ୍କୁ ଏକ ଏମିତି ଏକ ଜାଗା ବିଷୟରେ କହିବୁ ଯେଉଁଠାରେ ପ୍ରତ୍ୟେକ ବର୍ଷ ମାଛମାନଙ୍କର ବର୍ଷା ହୋଇଥାଏ । ଏଠାରେ ଗତ ୧୦୦ ବର୍ଷରୁ ଏହି ଅଦ୍ଭୁତ ଘଟଣା ଘଟିବାରେ ଲାଗିଛି ।

ଯେଉଁ ଦେଶରେ ଏହା ସବୁ ହେଉଛି ତାହାର ନାମ ହୋଡୁରାସ ଅଟେ, ଯାହା ମେସ୍କିକୋର ଏକ ନିକଟ ସହରରେ ଏହା ଅବସ୍ଥିତ । ଏଠାରେ ୧୦୦ ବର୍ଷରୁ ବି ଅଧିକ ସମୟରୁ ମାଛମାନଙ୍କର ବର୍ଷା ହେବାକୁ ଲାଗିଛି । ଏହି ଘଟଣା ବସନ୍ତ ଋତୁ ଶେଷରେ ବା ଗରମ ଆରମ୍ଭରୁ ହୋଇଥାଏ । ଏହି ଦେଶ ଠାରୁ ଅଣ୍ଟଲାଣ୍ଟିକ ସମୁଦ୍ରର ଦୂରତା କେବଳ ୨୦୦ କିଲୋମିଟର । ବୈଜ୍ଞାନିକ ମାଛମାନଙ୍କର ବର୍ଷାର କାରଣ ଆଣ୍ଟଲାଣ୍ଟିକ ସମୁଦ୍ର ବୋଲି କହିଛନ୍ତି । କିନ୍ତୁ ଏଠାର ବାସିନ୍ଦା ଏହାକୁ ଭଗବାନଙ୍କର ଚମତ୍କାର ବୋଲି ମାନିଥାନ୍ତି । ମାଛମାନଙ୍କର ବର୍ଷା ପୂର୍ବରୁ ଏଠାରେ ମୁଷଳ ଧାରାର ବର୍ଷା ହୋଇଥାଏ ଏବଂ ଏତେ ଜୋରରେ ବିଜୁଳି ମାରିଥାଏ କି କୌଣସି ବି ଲୋକ ଘରୁ ବାହାରକୁ ବାହାରିବା ପାଇଁ ସାହାସ କରି ପାରନ୍ତି ନାହିଁ । ଯେତବେଳେ ବର୍ଷା କମିଯାଇଥାଏ ଏବଂ ପାଗ ଭଲ ହୋଇଯାଇଥାଏ ସେତବେଳେ ଲୋକମାନେ ନିଜ ନିଜ ଘରୁ ବାଲଟି ବା ଟୋକେଇ ଆଣି ବାହାରକୁ ବାହାରିଥାନ୍ତି ଏବଂ ରାସ୍ତା ଉପରେ ପଡିଥିବା ହଜାର ହଜାର ମାଛମାନଙ୍କୁ ଉଠାଇ ନେଇ ଆସିଥାନ୍ତି ।

Exit mobile version