Site icon UTKAL PRATIDIN

ବ୍ୟାନ ପରେ ବି ଭାରତକୁ ଆସୁଛି ଚାଇନା ରସୁଣ

Garlic_1726118714

ବ୍ୟାନ ସତ୍ୱେ ବି ଗଳା ବାଟ ଦେଇ ଭାରତକୁ ପଶୁଛି ସହ ସହ ଟନ ଚାଇନା ରସୁଣ । ଉତ୍ତରପ୍ରଦେଶର ମହାରାଜଗଞ୍ଜ ଅଞ୍ଚଳରୁ ୧୪ ଶହ କ୍ବିଣ୍ଟାଲ ଜବତ ପରେ ଏକଥା ଜଣାପଡିଛି ।ରସୁଣ ପ୍ରାକୃତିକ ଉପାୟରେ ନୁହେଁ ବରଂ କୁତ୍ରିମ ଉପାୟରେ ଅମଳ କରାଯାଇଥାଏ।ତେଣୁ ଏହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ।ସେଥିପାଇଁ ଭାରତ ସରକାର ଏହି ରସୁଣକୁ ବ୍ୟାନ କରିଛନ୍ତି ।

କିନ୍ତୁ ଭାରତୀୟ ବଜାରରେ ରସୁଣରେ ମୂଲ୍ୟ ଅଧିକ ଥିବାରୁ ଲୋକମାନେ ଏହି ରସୁଣକୁ ଖାଇବାକୁ ବାଧ୍ୟ ହେଉଛନ୍ତି । ତଥାପି ରସୁଣକୁ ନେପାଳ ସୀମା ଦେଇ ଭାରତକୁ ଛଡାଯାଉଛି । ଚାଇନା ରସୁଣ ଶରୀର ଉପରେ ଖରାପ ପ୍ରଭାବ ପକାଉଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହିବା ପରେ ମଧ୍ୟ କାହିଁକି ରସୁଣ ଆମଦାନୀ ବନ୍ଦ ହେଉନି ତାକୁ ନେଇ ପ୍ରଶ୍ନ ଉଠିଛି । ଯେଉଁମାନେ ଗଳାବାଟ ଦେଇ ରସୁଣ ଆଣୁଛନ୍ତି ତାଙ୍କ ଉପରେ କଡା ଆକ୍ସନ ନେବାକୁ ଦାବି ହୋଇଛି ।

Exit mobile version