Site icon UTKAL PRATIDIN

ଜିଓ ଏୟାରଟେଲର ଚିନ୍ତା ବଢାଇବ କି ଷ୍ଟାରଲିଙ୍କ

119163001

ନୂଆଦିଲ୍ଲୀ: ଯେବେଠାରୁ ଷ୍ଟାରଲିଙ୍କ ଟେଲିକମ୍ କମ୍ପାନୀ ଏୟାରଟେଲ ଏବଂ ରିଲାଏନ୍ସ ଜିଓ ସହିତ ହାତ ମିଳାଇଛି, ସେବେଠାରୁ ନୂଆ ନୂଆ ଅପଡେଟ୍ ଆସୁଛି। ଲୋକମାନେ ଷ୍ଟାରଲିଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ମଧ୍ୟ ଆଗ୍ରହୀ । ଶିଳ୍ପ ଅଧିକାରୀ ଏବଂ ବିଶେଷଜ୍ଞଙ୍କ ଠାରୁ ଆସିଥିବା ଏକ ରିପୋର୍ଟରେ ଅନୁସାରେ, ଷ୍ଟାରଲିଙ୍କ ସହିତ ସିଧାସଳଖ ସଂଯୋଗ କରିବା ପରିବର୍ତ୍ତେ, ଲୋକଙ୍କ ପାଇଁ ଏୟାରଟେଲ ଏବଂ ରିଲାଏନ୍ସ ଜିଓ ମାଧ୍ୟମରେ ସଂଯୋଗ କରିବା ଶସ୍ତା ହେବ।ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଏୟାରଟେଲ୍ ଏବଂ ରିଲାଏନ୍ସ ଜିଓ ସହଜ ପେମେଣ୍ଟ ଏବଂ ଇଷ୍ଟାଲେଶନ ବିକଳ୍ପ ସହିତ ଷ୍ଟାରଲିଙ୍କକୁ ମଧ୍ୟ ସେମାନଙ୍କର ପୋର୍ଟଫୋଲିଓରେ ଅନ୍ତର୍ଭୁକ୍ତ କରିପାରିବେ। ଏହା ଭାରତର ଲୋକଙ୍କ ପାଇଁ ଷ୍ଟାରଲିଙ୍କ ସେବାକୁ ଏକ ସୁଲଭ ବିକଳ୍ପ କରିପାରିବ।

ଷ୍ଟାର ଲିଙ୍କ ଆଡଭାନ୍ସ ଲୋ ଅର୍ବିଟ (ଏଲଇଓ) ସାଟେଲାଇଟର ବ୍ୟବହାର କରିବ। ଏହାଦ୍ବାରା ସାଧାରଣ ଇଣ୍ଟରନେଟ ସ୍ପିଡ ଠାରୁ ଅନେକ ଗୁଣ ଅଧିକ ସ୍ପିଡର ଇଣ୍ଟରନେଟ ସେବା ମିଳିପାରିବ। ଷ୍ଟାର ଲିଙ୍କର ସାଟେଲାଇଟ ଓ ପୃଥିବୀ ମଧ୍ୟରେ ଖୁବ କମ ଦୂରତା ରହିବ। ଯାହା ଦ୍ବାରା ଦ୍ରୁତ ବେଗରେ ଡାଟା ଟ୍ରାନ୍ସଫର ଓ ଇଣ୍ଟରନେଟ ସେବା ମିଳିପାରିବ। Jio ଓ SES ଭଳି କମ୍ପାନୀ ମଧ୍ୟ ସାଟେଲାଇଟ ଆଧାରରେ ଇଣ୍ଟରନେଟ ସେବା ଦେଇଥାନ୍ତି। କିନ୍ତୁ ଏମାନଙ୍କ ଇଣ୍ଟରନେଟ ସ୍ପିଡ ଷ୍ଟାର ଲିଙ୍କ ତୁଳନାରେ ୮୦-୯୦ ଗୁଣ କମ।

Jio ଓ SES ନେଟୱର୍କରେ ଡାଟା ଟ୍ରାନ୍ସଫର ସ୍ପିଡ ୧୦-୧୫ Mbps ଥିବା ବେଳେ ଷ୍ଟାର ଲିଙ୍କରେ ଏହା ୨୦୦-୩୦୦ Mbps ହେବ ବୋଲି ଦାବି କରୁଛି କମ୍ପାନୀ। ଭାରତରେ ଇଣ୍ଟରନେଟ ସେବା ଉନ୍ନତ କରିବାର ଅତ୍ୟନ୍ତ ଜରୁରୀ। ଏବେବି ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବା ଅପହଞ୍ଚ ହୋଇ ରହିଛି। ଷ୍ଟାର ଲିଙ୍କର ଇଣ୍ଟରନେଟ ସେବା ଏହି ଅଞ୍ଚଳମାନଙ୍କୁ ପ୍ରଭାବିତ କରିପାରେ। କାରଣ ସାଟେଲାଇଟ ଇଣ୍ଟରନେଟ ଟେକ୍ନୋଲୋଜୀ ପାରମ୍ପରିକ ବ୍ରଡ଼ ବ୍ୟାଣ୍ଡ ତୁଳନାରେ ସହଜରେ କାମ କରି ପାରିବ। ଏହା ବ୍ୟତୀତ, ଡିଜିଟାଲ ଯୁଗରେ ଷ୍ଟାର ଲିଙ୍କର ସ୍ପିଡ ଇଣ୍ଟରନେଟ, ଶିକ୍ଷା, ସ୍ବାସ୍ଥ୍ୟ ଓ ବାଣିଜ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିପାରେ।

ମୂଲ୍ୟ ସମ୍ପର୍କରେ ବିଶେଷଜ୍ଞମାନେ କୁହନ୍ତି, ସାଟେଲାଇଟ୍ ଯୋଗାଯୋଗ ସେବା ଏବଂ ହାର୍ଡୱେରର ମୂଲ୍ୟ ବହୁତ ଅଧିକ, ଯାହା ସୁଲଭତାକୁ ସୀମିତ କରେ। ଆମେରିକାରେ ଷ୍ଟାରଲିଙ୍କ ପାଇଁ ମାସିକ ଦର ପ୍ରାୟ ୧୦୪୩୪ ଟଙ୍କାରୁ ପ୍ରାୟ ୪୩୪୭୭ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ଏହା ବ୍ୟତୀତ, ଏକକାଳୀନ ହାର୍ଡୱେର୍ ଚାର୍ଜର ପାଇଁ ପ୍ରାୟ ୫୨୦୮୫ ଟଙ୍କାରୁ ପ୍ରାୟ ୨୧୭୩୮୬ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। କେନିଆ ଭଳି ଦେଶରେ ଏହା ଟିକିଏ ଶସ୍ତା, ଯେଉଁଠାରେ ମାସିକ ଯୋଜନା ପ୍ରାୟ ୮୬୯ ଟଙ୍କାରୁ ଆରମ୍ଭ ହୁଏ ଏବଂ ହାର୍ଡୱେୟାର ମୂଲ୍ୟ ପ୍ରାୟ ୧୫୪୭୭ ଟଙ୍କାରୁ ପ୍ରାୟ ୩୩୨୧୬ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ।

Exit mobile version