Site icon UTKAL PRATIDIN

ରାଜଧାନୀରେ ହାତୀ, ଭୟଭୀତ ଲୋକେ

©adityacpanda_asianelephant_bhubaneswar

ଭୁବନେଶ୍ଵର: ରାଜଧାନୀରେ ପଶିଲା ହାତୀ । ଭୁବନେଶ୍ୱର ଏମ୍‌ସ ନିକଟରେ ହାତୀକୁ ଦେଖିବାକୁ ମିଳିଛି । ଏମ୍‌ସ ନିକଟରେ ଥିବା କାଜୁ ଜଙ୍ଗଲରେ ହାତୀ ପଶିଛି । ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ହାତୀଠୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ । 

ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ବନ ବିଭାଗ ପକ୍ଷରୁ ସଚେତନ କରାଯାଉଛି  । ହାତୀକୁ ଦେଖି ଲୋକେ ଭୟଭୀବ ଅବସ୍ଥାରେ ଅଛନ୍ତି । ହାତୀଟି ଜନବସତିକୁ ପଶି ଆସୁଥିବାରୁ ଘରୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି ଲୋକେ ।  କାଳେ କାହାକୁ ଆକ୍ରମଣ କରିବ ସେ ନେଇ ଚିନ୍ତାରେ ଲୋକେ । ତେବେ ବନ ବିଭାଗ ଓ ଗ୍ରାମବାସୀଙ୍କ ପକ୍ଷରୁ ମିଳିତ ଭାବେ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ ଚାଲିଛି।

Exit mobile version