Site icon UTKAL PRATIDIN

ହାତୀଙ୍କ ପାଇଁ କାଳ ସାଜିଛି ବିଦୁତ ତାର

elephant-attacking-750x430-1

ପୁଣିଥରେ ବିଦୂତ ତାର ସଂସ୍ପର୍ଶରେ ଆସି ଚାଲିଯାଇଛି ଆଉ ଏକ ହାତୀର ଜୀବନ ।ସୁନ୍ଦରଗଡ ଲାଠିକଟା ବ୍ଲକ ବଲାଣୀ ପଞ୍ଚାୟତ ନୂଆଗାଁ ନିକଟ ଜଙ୍ଗଲରେ ବିଦୂତ ତାର ସଂସ୍ପର୍ଶରେ ଆସି ଏକ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀଟିର ମୃତଦେହ ଜବତ କରିଛି ।

ହାତୀଙ୍କ ଅକାଳ ମୃତ୍ୟୁର କାରଣ ସାଜିଛି କେଉଁଠି ବିଦୂତ ତାର ତ ଆଉ କେଉଁଠି ରେଳଧାରଣା । ଗତ ଦୁଇ ମାସରେ ପ୍ରାୟ ୩ଟି ହାତୀର ମୃତ୍ୟୁ ଘଟିଲାଣି।ହାତୀମାନଙ୍କ ଅକାଳ ମୃତ୍ୟୁ ବନ ବିଭାଗ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Exit mobile version