Site icon UTKAL PRATIDIN

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ; ତାରିଖ ଘୋଷିତ

EC-TripuraMeg-schedule

ଭୁବନେଶ୍ୱର: ବାଜିଲା ନିର୍ବାଚନ ବିଗୁଲ । ଆରମ୍ଭ ହେଲା କାଉଣ୍ଟ ଡାଉନ। ଦେଶରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହେବ । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ରାଜ୍ୟରେ ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍‌ ୧ରେ ଭୋଟ ଗ୍ରହଣ ହେବ। ୨୦୨୪ ସାଧାରଣ ନିର୍ବାଚନ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅପରାହ୍ନ ୩.୩୦ରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ନିର୍ବାଚନ ତାରିଖ ବିଷୟରେ ଘୋଷଣା କରିଛନ୍ତି। ଏହା ସହିତ ନାମାଙ୍କନ ପତ୍ର ଦାଖଲ ତାରିଖ, ପ୍ରତ୍ୟାହାର ତାରିଖ, ମତଦାନ ତାରିଖ ଏବଂ ଗତ ଗଣନା ତାରିଖ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହେବ । ସାରା ଦେଶରେ ଜୁନ ୪ ତାରିଖରେ ଭୋଟ ଗଣତି କରାଯିବ ।

Exit mobile version