ଭୁବନେଶ୍ଵର: ବର୍ତ୍ତମାନର ଖରାପ ଜୀବନଶୈଳୀ ଭିତରେ ସବୁଠାରୁ ବଡ଼ ସମସ୍ୟା ହେଉଛି କେଶ ଝଡ଼ିବା । ଯାହା ପ୍ରାୟ ସମସ୍ତଙ୍କର ଚିନ୍ତା । ତେଣୁ କେଶର ଯତ୍ନ ନେବା ନିହାତି ଜରୁରୀ । କାରଣ କେଶର ସଠିକ ଯତ୍ନ ନେଉଛନ୍ତି ତେବେ କେଶ ଭଲ ଭାବରେ ବଢିଥାଏ । ତେବେ ଆଜି ଆପଣଙ୍କୁ ୪ଟି ପ୍ରାକୃତିକ ଉପାୟ ବିଷୟରେ କହିବୁ । ଯାହାକୁ ଆପଣ କେଶରେ ଲଗାଇପାରିବେ ।
ନିମ୍ବ: କେଶର ସବୁଠାରୁ ବଡ଼ ସମସ୍ୟା ହେଉଛି ରୂପି ଏବଂ ମୁଣ୍ଡ କୁଣ୍ଡାଇହେବା । ଯଦି ଆପଣଙ୍କ ସହ ମଧ୍ୟ ଏପରି ହେଉଛି ତେବେ ନିମ୍ପ ପତ୍ର ବ୍ୟବହାର କରିପାରିବେ । ନିମ୍ବରେ ଆନାଲଜେସିକ ଏବଂ ଆଣ୍ଟିଇନଫ୍ଲାମେଟ୍ରି ଗୁଣ ଥାଏ । ଯାହା କେଶର ସମସ୍ତ ସମସ୍ୟା ଦୂର କରିଥାଏ । ତେଣୁ ନିମ୍ବ ପତ୍ରକୁ ବାଟି କେଶରେ ମାସ୍କ ପରି ଲଗାନ୍ତୁ ।
ମେଥି: ମେଥି ଏକ ପ୍ରାକୃତିକ କଣ୍ଡିସନର । ଏଥିରେ ଆଣ୍ଟିଅକ୍ସିଡ଼େଣ୍ଟ ଯାହା କେଶକୁ ବଢିବାରେ ସାହାର୍ଯ୍ୟ କରିଥାଏ । ମେଥି, ଅଁଳା, ଶିକାକାଇ ଏବଂ ମେହେନ୍ଦି ପେଷ୍ଟ ତିଆରି କରି କେଶ ମୂଳରେ ଭଲ ଭାବରେ ଲଗାନ୍ତୁ । ଅଧଘଣ୍ଟା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।
ମେହେନ୍ଦି: ମେହେନ୍ଦିରେ ଆଣ୍ଟିବାକ୍ଟିରିୟଲ ଏବଂ ଆଣ୍ଟିମାଇକ୍ରୋବିୟଲ ଗୁଣ ଥାଏ । ଯାହା କେଶକୁ ଲମ୍ବା କରିବାରେ ସାହାଯ୍ୟ କରିଥାଏ । ମେହେନ୍ଦିକୁ ପାଣିରେ ଗୋଳାଇ ରାତି ସାରା ରଖନ୍ତୁ । ପରଦିନ ସକାଳେ ଏହାକୁ ମୁଣ୍ଡରେ ଲଗାଇ୧/୨ ଘଣ୍ଟା ପରେ ଧୋଇ ଦିଅନ୍ତୁ ।
ଅଁଳା: ଅଁଳାରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡ଼େଣ୍ଟ ଥାଏ । ଯାହା କୋଲୋଜନ ପ୍ରଡ଼କ୍ସନ କରିବାରେ ସାହାର୍ଯ୍ୟ କରିଥାଏ । କୋଲୋଜନ କେଶ ବଢିବାରେ ସାହାଯ୍ୟ କରିଥାଏ । ଅଁଳା ପାଉଡ଼ରକୁ ପାଣିରେ ମିଶାଇ କେଶର ମୂଳରେ ଲଗାଇ ଅଧ ଘଣ୍ଟା ପର୍ଯ୍ୟନ୍ତ ଲଗାଇ ଅଧ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ । ଏହା ପରେ ଥଣ୍ଡା ପାଣିରେ ଭଲ ଭାବରେ ଧୋଇଦିଅନ୍ତୁ ।