Site icon UTKAL PRATIDIN

ଜେଡ ଉପରେ ଇଡିର ରେଡ

ed-bhubaneswar-z-750x430

ରାଜ୍ୟର ପ୍ରତିଷ୍ଠିିତ ବିିଲ୍ଡର ସଂସ୍ଥା ‘ଜେଡ୍’ ଉପରେ ଇଡିର ଚଢ଼ାଉ। ବେଆଇନ ବୈଦେଶିକ ମୁଦ୍ରା ବିନିମୟ ଅଭିଯୋଗରେ ରେଡ୍‌ କରିିଛି ଇଡି। ଏକାକାଳୀନ ୧୧ଟି ସ୍ଥାନରେ ରେଡ କରୁଛି ଇଡି। ଜେଡ୍‌ର ନିର୍ଦ୍ଦେଶକଙ୍କ ଘର ଓ ଅଫିସରେ ବି ତନାଘନା କରୁଛି ଇଡି।ବିଲ୍ଡର ସଂସ୍ଥା ‘ଜେଡ୍’ ବେଆଇନ ବୈଦେଶିକ ମୁଦ୍ରା ବିନିମୟ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଇଡି ଏହି ସଂସ୍ଥା ଉପରେ ତୀକ୍ଷ୍ମ ନଜର ରଖିଥିଲା। ଗତକାଲି ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ‘ଜେଡ୍’ ନିର୍ଦ୍ଦେଶକଙ୍କ ଘର ଓ ଅଫିସରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ଓ ମୋଟା ଅଙ୍କର ଟଙ୍କା ଜବତ କରା଼ଯାଇଥିବା ସୂଚନା ମିଳିଛି।

Exit mobile version