ଅଡୁଆରେ ଭାରତୀୟ କ୍ରିକେଟର ଦଳର ପୂର୍ବତନ ଅଧିନାୟକ ତଥା କଂଗ୍ରେସ ନେତା ମହମ୍ମଦ ଆଜହାରୁଦ୍ଦିନ।ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଦୁର୍ନୀତି ମାମଲାରେ ଇଡି ସମନ ଜାରି କରିଛି। ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ୨୦ କୋଟି ଟଙ୍କା ହେରଫେର୍ ଅଭିଯୋଗ ନେଇ ସମନ କରାଯାଇଛି।
ତେବେ ଇଡି ଏନେଇ ପଚରାଉଚରା ଜାରି କରିବା ପାଇଁ ଆଜହାରୁଦ୍ଦିନଙ୍କୁ ସମନ କରିଛି।ହାଇଦ୍ରାବାଦର ଉପ୍ପାଲର ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମ୍ ପାଇଁ ଡିଜେଲ ଜେନେରେଟର, ଫାୟାର ବ୍ରିଗେଡ ସିଷ୍ଟମ ଏବଂ କ୍ୟାନୋପି କିଣିବା ପାଇଁ ଆବଣ୍ଟିତ କରାଯାଇଥିବା ୨୦ କୋଟି ଟଙ୍କା ହେରଫେର ଅଭିଯୋଗ ହୋଇଛି ।
ଆଝାରୁଦ୍ଦିନ ପୂର୍ବରୁ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ସଭାପତି ଥିଲେ । ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ତେବେ ଇଡି ତେଲଙ୍ଗାନାରେ ୯ଟି ସ୍ଥାନରେ ଚଢାଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଏବଂ ଡିଜିଟାଲ ଜିନିଷ ଜବତ କରିଥିଲା ।