Site icon UTKAL PRATIDIN

ରାତ୍ରି ଭୋଜନରେ ଖାଉଛନ୍ତି କି? ଓଜନ ବୃଦ୍ଧିର କାରଣ

2

ଓଜନ ବଢିବା ପ୍ରାୟତଃ ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ। ଏହା ଅନେକ ରୋଗର ମଧ୍ୟ କାରଣ ପାଲଟିଥାଏ। ଓଜନ ନିୟନ୍ତ୍ରିତ ପାଇଁ ବିଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ଅଧିକାଂଶ ଲୋକ ସେମାନଙ୍କର ଖାଦ୍ୟକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରନ୍ତି ମାତ୍ର ଜାଣତରେ ହେଉ ଅଥବା ଅଜାଣତରେ ଏପରି କିଛି ଖାଦ୍ୟ ସେବନ କରିଥାଆନ୍ତି, ଯାହା ଓଜନ ବୃଦ୍ଧିର କାରଣ ପାଲଟିଥାଏ। ଲୋକମାନେ ପ୍ରାୟତଃ ରାତିରେ ରାତ୍ରି ଭୋଜନରେ ଏପରି କିଛି ଖାଦ୍ୟ ଖାଇଥାଆନ୍ତି ଯାହା ଓଜନ ବୃଦ୍ଧିର କାରଣ। ରାତ୍ରୀ ଭୋଜନ ହାଲୁକା କିନ୍ତୁ ପୁଷ୍ଟିକର ଖାଦ୍ୟରେ ପରିପୂର୍ଣ୍ଣ ହେବା ଉଚିତ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ମାତ୍ର ଅଧିକ ତୈଳ,ମସଲା ଓ ମିଠା ଜାତୀୟ ଜିନିଷ ସେବନ କରିବା ଉଚିତ ନୁହେଁ। ଏସବୁ ରାତିରେ ଖାଇବା ଦ୍ୱାରା ପେଟ ଓ ଓଜନ ବଢିଥାଏ। ଜାଣନ୍ତୁ..

ଅନେକ ଥର ଲୋକେ ପ୍ରତିଦିନ ସମାନ ଜିନିଷ ଖାଇବା ଆରମ୍ଭ କରନ୍ତି ।  ଏହା ଆରମ୍ଭରେ ଓଜନ ହ୍ରାସ କରିପାରେ, କିନ୍ତୁ ପରେ ଓଜନ ବୃଦ୍ଧି କରେ। ଏହି ଖାଦ୍ୟ ମଧ୍ୟରେ ଭାତ, ଡାଲି ଓ ପନିପରିବା ମଧ୍ୟ ସାମିଲ। ଓଜନ ହ୍ରାସ ପାଇଁ ଏକ ପ୍ରକାର ନୁହେଁ ବରଂ ବିଭିନ୍ନ ପ୍ରକାରର ଜିନିଷ ଖାଇବାକୁ ପରାମର୍ଶ ଦିଆଯାଇଛି।

ଅଧିକାଂଶ ଖାଇବା ପରେ ଓ ରାତିରେ ମିଠା ଖାଇବାକୁ ପସନ୍ଦ କରିଥାଆନ୍ତି। ଅତ୍ୟଧିକ ମିଠା ସେବନ ଓଜନ ବୃଦ୍ଧିର ମୁଖ୍ୟ କାରଣ ହୋଇପାରେ। ପ୍ରତିଦିନ ଆଇସକ୍ରିମ୍, କେକ୍, ମିଠା କିମ୍ବା ଅନ୍ୟାନ୍ୟ ମିଠା ଜିନିଷ ଖାଇବା ଉଚିତ୍ ନୁହେଁ। ଏହି ଜିନିଷଗୁଡିକ କେବଳ ବେଳେବେଳେ ଖାଇ ପାରିବେ। ରାତିରେ ଜଙ୍କ୍‌‌ ଫୁଡ୍‌‌ ଭୁଲରେ ମଧ୍ୟ ସେବନ କରିବା ଉଚିତ ନୁହେଁ। ଏହା ଶୀଘ୍ର ଓଜନ ବୃଦ୍ଧି କରିଥାଏ।
ଏହି ଜିନିଷଗୁଡିକ ସୀମିତ ପରିମାଣରେ ଏବଂ କେବଳ ବେଳେବେଳେ ଖାଇବା ଉଚିତ।

ରାତ୍ରି ଭୋଜନରେ ରୁଟି, ପନିପରିବା କିମ୍ବା ଅନ୍ୟ ଖାଦ୍ୟ ସେବନ କରାଯାଏ। ମାତ୍ର ଯେକୌଣସି ଖାଦ୍ୟକୁ ଅଧିକ ପରିମାଣରେ କିମ୍ବା ସ୍ୱାଦିଷ୍ଟ ଲାଗିଲେ ମଧ୍ୟ ଅଧିକ ପରିମାଣରେ ଖାଇବା ଉଚିତ ନୁହେଁ।

Exit mobile version