Site icon UTKAL PRATIDIN

ଆଜି ‘ୱାଲ୍ଡ ଆର୍ଥ ଆୱାର ଡେ’, ପୃଥିବି ପାଇଁ ଘଣ୍ଟାଏ

What_is_Earth_Hour_fd673dc0ad

ଭୁବନେଶ୍ଵର: ଘଣ୍ଟାକ ପାଇଁ ଅନ୍ଧାର ହୋଇଯିବ ପୃଥିବୀ ! କାରଣ, ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍‌’ । ଅର୍ଥାତ, ବିଜୁଳି ସଂରକ୍ଷଣ ପାଇଁ ସାରା ବିଶ୍ୱରେ ଆଜି ସଂଧ୍ୟା ସାଢେ ୮ଟାରୁ ସାଢେ ୯ଟା ଯାଏ ଲାଇଟ୍‌ସ ଅଫ୍‌ ରହିବ । ପ୍ରତିବର୍ଷ ୱାର୍ଲଡ୍‌ ୱାଇଡ୍‌ ଫଣ୍ଡ ଫର୍‌ ନେଚର ବା WWF ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଇ ଆସୁଛି । ଏହି କ୍ରମରେ ଚଳିତ ବର୍ଷର ଥିମ୍‌ ରହିଛି  “The Power of Nature” ।

ପ୍ରତିବର୍ଷ ମାର୍ଚ୍ଚ ମାସର ଅନ୍ତିମ ଶନିବାରଏହି ଆର୍ଥ ଆୱାର ପାଳିତ ହୋଇଆସୁଛି । ୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନୀରେ ଲୋକମାନେ ଘଣ୍ଟାଏ କାଳ ଲାଇଟ ବନ୍ଦ ରଖି ଏହାକୁ ପାଳନ କରିଥିଲେ । ଆଉ ୨୦୦୮ ମସିହା ପରଠାରୁ ଏହାକୁ ବିଶ୍ୱସ୍ତରରେ ପାଳନ କରାଯାଇଛି । ୨୦୧୦ ମସିହାରେ ଆମେରିକାରେ ଏହାକୁ ସମର୍ଥନ ମିଳିଥିଲା । ସେବେଠାରୁ ରାଜ୍ୟରେ ଆର୍ଥ ଆୱାର ପାଳନ କରାଯାଉଛି । ଆଜିର ଦିନରେ ସଂନ୍ଧ୍ୟା ୮.୩୦ ଘଣ୍ଟା ରୁ ୯.୩୦ ପର୍ଯ୍ୟନ୍ତ ୧ ଘଣ୍ଟା ଆମେ ନିଜ ନିଜ ଘରେ ବ୍ୟବହାର କରୁଥିବା ମଟର, ଫ୍ୟାନ, ଲାଇଟ ଭଳି ସମସ୍ତ ବୈଦୁତିକ ଉପକରଣ ସ୍ଵତଃପ୍ରବୃତ ଭାବରେ “ସୁଇଚ ଅଫ୍ ” ରଖିବା ପାଇଁ କୁହାଯାଇଥାଏ । ତେବେ ଏଥିପାଇଁ କାହାକୁ ବାଧ୍ୟ ବାଧକତା ନାହିଁ। ଏହି ଆର୍ଥ ଆୱାର ପାଳନ କରିବା ପାଇଁ ବିଦ୍ୟୁତ ବ୍ୟବହାରକାରୀଙ୍କ ମାନବିକତା ଉପରେ ନିର୍ଭର କରିଥାଏ। କାରଣ, “ମୁଁ ବଞ୍ଚିଲେ ପୃଥିବୀ ନୁହେଁ, ପୃଥିବୀ ବଞ୍ଚିଲେ ମୁଁ ବଞ୍ଚିବି ” – ଏହାର ଭାବନା ରଖି ଏହାକୁ ପାଳନ କରାଯିବାର ଗୁରୁତ୍ବ ବହନ କରେ।

ବିଦ୍ୟୁତ ଉତ୍ପାଦନ ପାଇଁ କୋଇଲା ଦହନ ହୋଇ ଯେଉଁ ପ୍ରଚୁର ପରିମାଣରେ କଳାଧୁଆଁ ବା ଅଙ୍ଗାରକାମ୍ଳ ନିର୍ଗତ ହୋଇ ବାୟୁ ମଣ୍ଡଳରେ ମିଶେ। କୁପ୍ରଭାବ ସ୍ୱରୂପ ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତ, ବିଜୁଳି ଘଡ଼ଘଡ଼ି, ଓଜନ ସ୍ତରରେ ହ୍ରାସ ବନ୍ୟାବାତ୍ୟା ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକ ଦୃଶ୍ୟମାନ ହେଉଛି। ପରିବେଶ ନିଜର ସନ୍ତୁଳନ ରକ୍ଷା କରି ପାରୁ ନାହିଁ। ପୃଥିବୀକୁ ବଞ୍ଚାଇବା ସହିତ ନିଜେ ମଧ୍ୟ ବଞ୍ଚିବାର ଆଶାକୁ ଉଜ୍ଜୀବିତ ରଖିବା। ଆଗାମୀ ଦିନରେ ମଧ୍ୟ ଏହି ପ୍ରୟାସ ସୁଦୃଢ଼ କରି ଗଢି ତୋଳିବା। ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏହାକୁ ବହୁଳ ମାତ୍ରାରେ ପ୍ରସାର ପାଇଁ ପଦକ୍ଷେପ ଗ୍ରହଣ କରିବାର ମଧ୍ୟ ଆବଶ୍ୟକତା ରହିଛି।

Exit mobile version