
ଚଳିତ ବର୍ଷ ବାଲିଯାତ୍ରା ପଡିଆରେ ଗଡିବ ଇ ରିକ୍ସା । ବାଲିଯାତ୍ରାର ତଳ ପଡ଼ିଆରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ମହିଳା, ଛୋଟ ପିଲାଙ୍କୁ ବୁଲାଇବା ପାଇଁ ଇ-ରିକ୍ସା ଚାଲିବ। ଯେତିକି ଇ-ରିକ୍ସାର ଆବଶ୍ୟକତା ରହିଛି ସେଥିରୁ ୩୦ଟି ଇ-ରିକ୍ସା ପୁରୀରୁ ଅଣାଯିବ। ତେବେ ଏହା ଦେୟମୁକ୍ତ ନୁହେଁ। ଏଥିପାଇଁ ଅର୍ଥ ପ୍ରଦାନ କରିବାକୁ ପଡ଼ିବ।
ଭୁଆଶୁଣୀ ଗଡ଼ାରୁ କ୍ୟାଣ୍ଟନ୍ମେଣ୍ଟ ପଡ଼ିଆ ପର୍ଯ୍ୟନ୍ତ ମାଗଣାରେ ବାଲିଯାତ୍ରାକୁ ଆସୁଥିବା ଦର୍ଶକଙ୍କୁ ମାଗଣାରେ ବସ୍ସେବା ଯୋଗାଇ ଦିଆଯିବ । ଇ-ରିକ୍ସା ଡ୍ରାଇଭରମାନଙ୍କୁ ସିଡିଏ ସ୍ଥିତ ଡ୍ରାଇଭିଂ ଟେଷ୍ଟ ଟ୍ରାକ୍ରେ ରଖାଯିବାର ବ୍ୟବସ୍ଥା କରାଯିବ । ଆଜି ପ୍ରଥମ ଥର ପାଇଁ ଏହି ପ୍ରସ୍ତୁତି ବୈଠକ ବସିଥିଲା ।