Site icon UTKAL PRATIDIN

ପୁଣି ବଢିଲା ରାସନ୍ କାର୍ଡ ଇ-କେୱାଇସି ତାରିଖ, ଜାଣନ୍ତୁ

Ration-Card-Holders

ଭୁବନେଶ୍ଵର: ରାସନକାର୍ଡକୁ ଇ-କେୱାଇସି ସହ ସଂଯୋଗ କରିବା ନେଇ ରାଜ୍ୟ ସରକାର ଆଉ ସମୟ ଦେବେ ନାହିଁ ପୂର୍ବରୁ କହିଥିବା ସତ୍ତ୍ଵେ ମଧ୍ୟ ପୁଣି ବଢିଛି ରାସନ୍ କାର୍ଡ ଇ-କେୱାଇସି ଅବଧି । ୩୧ ମାର୍ଚ୍ଚ ଯାଏଁ ବଢ଼ିଲା ଇ-କେୱାଇସି ଅବଧି । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ନେଟ୍‌ୱାର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଇ-କେୱାଇସି ଅପଡେଟ୍ ହେଉନି ବୋଲି ତାରିଖ ବଢାଇଛନ୍ତି ସରକାର ।

ସୂଚନାଯୋଗ୍ୟ, ପୂର୍ବରୁ ଯୋଗାଣ ମନ୍ତ୍ରୀ ଆଜି ଇ-କେୱାଇସିର ଶେଷ ତାରିଖ ବୋଲି କହିଥିଲେ । ଏହାପରେ ଅବଧି ଆଉ ବଢାଯିବନି ବୋଲି ମଧ୍ୟ କହିଥିଲେ । ଆଜି ସଂନ୍ଧ୍ୟା ସୁଦ୍ଧା ଯଦି ଇ-କେୱାଇସି କରା ନ ଗଲେ ସରକାର ରାସନକାର୍ଡରୁ ହିତାଧିକାରୀଙ୍କ ନାମକୁ ତାଙ୍କ ତରଫରୁ କାଟିଦେବେ । ଆଉ ନୂଆ ତାଲିକାରେ ପ୍ରକାଶ କରିବେ ବୋଲି କୁହାଯାଇଥିଲା। ଏହାରି ଭିତରେ ପୁଣି ଅବଧି ବଢିବା ଖବର ଏବେ ସାଧାରଣରେ ସାମାନ୍ୟ ଆଶ୍ଵସ୍ତି ଦେଇଛି ।

ସେପଟେ ଏଯାଏଁ ଇ-କେୱାଇସି ଅପଡେଟ୍ କରିନାହାଁନ୍ତି ପ୍ରାୟ ୩୨ ଲକ୍ଷରୁ ଅଧିକ ହିତାଧିକାରୀ । ୧୪ ତାରିଖ ସୁଦ୍ଧା ୩୨ ଲକ୍ଷ ୫୬ ହଜାର ୪୬୫ ଜଣ କରିନାହାନ୍ତି ଇ-କେଓ୍ୱାଇସି ଅପଡେଟ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨ ଲକ୍ଷ ୭୧ ହଜାର ୧୧୭ ଜଣ କରିନାହାନ୍ତି ଅପଡେଟ୍ । ତେବେ ଯଦି ଆପଣ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାଁନ୍ତି ତେବେ ସମୟ ବିଳମ୍ବ ନକରି ଯଥା ଶୀଘ୍ର ଏହି କାର୍ଯ୍ୟ ସମାପ୍ତ କରନ୍ତୁ । ନଚେତ୍ ଆପଣଙ୍କ ରାସନ୍ କାର୍ଡ କଟିଯାଇପାରେ । ସେପଟେ ଆଜି ଶେଷ ତାରିଖ ଥିବା ବେଳେ ଏବେ ନଜର ରହିଲା ସମୟ ସୀମା ଆଉ ବଢୁଛି କି ନାହିଁ ତା’ ଉପରେ ।

Exit mobile version