ଜଗତଜନନୀ ମା ଦୁର୍ଗାଙ୍କୁ ନେଇ ଚଳଚଞ୍ଚଚଳ ପୁରପଲ୍ଲୀ । ଝଲସୁଛି ପୂଜା ମଣ୍ଡପ। ସଜେଇ ହୋଇଛି ଗାଁଠୁ ସହର।ଆଜି ପୀଠରେ ଅଷ୍ଟମୀ ପୂଜା ହେଉଥିବା ବେଳେ ମଣ୍ଡପରେ ସପ୍ତମୀ ପୂଜା ରହିଛି। ସବୁଠି ଆଧ୍ୟାତ୍ମିକ ଓ ଉତ୍ସାହର ପରିବେଶ। ଜଗତ ଜନନୀ ମାଆ ଦୁର୍ଗାଙ୍କ ଆଜି ହେଉଛି ମହା ସପ୍ତମୀ ପୂଜା। ଯାହାକୁ ନେଇ ଏବେ ସବୁଠି ଉତ୍ସବ ମୁଖର ପରିବେଶ। ଏବେଠୁ ସବୁଠି ଭିଡ଼ ଜମିଲାଣି। ସେହିଭଳି ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି ସ୍ୱତନ୍ତ୍ର କଳାକୃତି। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ମା ଦୁର୍ଗାଙ୍କ ସ୍ୱତନ୍ତ୍ର କଳାକୃତି କରିଛନ୍ତି। ବାଲୁକକଳା ମାଧ୍ୟମରେ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।