Site icon UTKAL PRATIDIN

ବର୍ବରତାର ସୀମା ଟପିଲେ ଛାତ୍ର, ଗୁପ୍ତାଙ୍ଗରେ ଝୁଲାଇଲେ ଡମ୍ବଲ୍ସ

kerala_ragging_1739345043932_1739345053204

ଥିରୁବନନ୍ତପୁରମ୍: ରାଗିଂର ଲୋମଟାଙ୍କୁରା ଦୃଶ୍ୟ । ବର୍ବରତାର ସୀମା ଟପି ଗଲେ ଛାତ୍ର । ଘଟାଇଲେ ଜଘନ୍ୟ କାଣ୍ଡ । କେରଳର ଏକ ସରକାରୀ କଲେଜରୁ ଆସିଛି ଏହି ଜଘନ୍ୟ କାଣ୍ଡର ଘଟଣା । ପାଞ୍ଚ ଜଣ ତୃତୀୟ ବର୍ଷର ଡାକ୍ତରୀ ଛାତ୍ର ପ୍ରଥମ ବର୍ଷର ଛାତ୍ରଙ୍କ ସହ ରାଗିଂ କରିଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, କେରଳ ଥିରୁବନନ୍ତପୁରମର କୋଟ୍ଟାୟମର ସରକାରୀ ନର୍ସିଂ କଲେଜରେ ଘଟିଛି ଏହି ଘଟଣା । ପାଞ୍ଚ ଜଣ ସିନିଅର ଡାକ୍ତର ଛାତ୍ର ମିଶି ତିନି ଜଣ ପ୍ରଥମ ବର୍ଷର ଛାତ୍ରଙ୍କ ଉପରେ ରାଗିଂ କରିଥିଲେ। ଏହି ଛାତ୍ରମାନେ କୋଟ୍ଟାୟମ ଗାନ୍ଧୀନଗର ଥାନାରେ ଏନେଇ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଛି ପୁରା ଘଟଣା । ଅଭିଯୋଗ ଅନୁସାରେ ପାଞ୍ଚ ଜଣ ଛାତ୍ର ଗତ ବର୍ଷ ନଭେମ୍ବର ମାସରୁ ସେମାନଙ୍କ ଉପରେ ଏପରି ରାଗିଂ ଆରମ୍ଭ କରିଥିଲେ। ପ୍ରଥମ ବର୍ଷର ଛାତ୍ରମାନଙ୍କୁ ଉଲଗ୍ନ ହୋଇ ଠିଆ ହେବାକୁ ବାଧ୍ୟ କରୁଥିବା ସହ ସେମାନଙ୍କ ଗୁପ୍ତାଙ୍ଗରେ ଡମ୍ବଲ୍ସ ଝୁଲାଇ ରଖୁଥିଲେ। ଏହାବ୍ୟତୀତ ଜ୍ୟାମିତି ବାକ୍ସର କମ୍ପାସ ଏବଂ ଧାରୁଆ ଜିନିଷ ଦ୍ୱାରା ମଧ୍ୟ ଆଘାତ ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ପ୍ରଥମ ବର୍ଷର ଛାତ୍ର ମାନେ ।

ଥାନାରେ ଅଭିଯୋଗ ପରେ ପୋଲିସ କଲେଜ କୃପକ୍ଷଙ୍କୁ ଏନେଇ ଅବଗତ କରିଥିଲା । ଘଟଣାର ତଦନ୍ତ ପରେ ସମସ୍ତ ପାଞ୍ଚ ଜଣ ଛାତ୍ରଙ୍କୁ କଲେଜରୁ ନିଲମ୍ବନ କରାଯାଇଛି। ଏପରିକି ସେମାନଙ୍କୁ ଆଣ୍ଟି-ରାଗିଂ ଆଇନ ଅନୁଯାୟୀ ଗିରଫ ମଧ୍ଯ କରାଯାଇଛି। 

Exit mobile version