 
        ସମ୍ବଲପୁର:ହୀରାକୁଦର ନିଷିଦ୍ଧଞ୍ଚଳରେ ଉଡିଲା ଡ୍ରୋନ୍ | ସୋସିଆଲ ମିଡିଆରେ ହେଲା ଭାଇରଲ | ସବୁ ନିୟମକୁ ଫୁ କରି ଏମିତି ସାହସ କିଏ କଲା ? କାହିଁକି ଉଡ଼ାଇଥିଲା ଡ୍ରୋନ ?
ହୀରାକୁଦରେ ବନ୍ୟାଜଳ ବୃଦ୍ଧି ପାଉଥିବାରୁ ଗତକାଲି ୨୦ଟି ଗେଟ ଖୋଲା ଯାଇଥିଲା | ସବୁଥର ପରି ଏଥର ମଧ୍ୟ ପୂଜାର୍ଚ୍ଚନା ପରେ ୨୦ଟି ଗେଟ ଦେଇ ମହାନଦୀରେ ପ୍ରଥମ ବନ୍ୟାଜଳ ଛଡା ଯାଇଥିଲା | ହେଲେ ଏସବୁର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି | ଡ୍ରୋନ କ୍ୟାମେରାରେ ଏହି ସବୁ ଫୋଟୋ ଉଠା ଯାଇଛି | ତେବେ ଏହି ଅପେରସନ ଗ୍ୟାଲେରୀ ଏକ ନିଷିଦ୍ଧାଞ୍ଚଳ ହୋଇଥିବାବେଳେ କିଏ ଡ୍ରୋନରେ ଏପରି ଦୃଶ୍ୟକୁ ରେକର୍ଡ କଲା ?
ଏଠି କହିରଖିବୁ, ହୀରାକୁଦ ଡ୍ୟାମକୁ ସଶସ୍ତ୍ର ସୁରକ୍ଷା ବାହିନୀ ୨୪ ଘଣ୍ଟା ଜଗିଛନ୍ତି | ତା ଛଡା ସୁରକ୍ଷାକୁ ଦୃଷ୍ଟିରେ ରଖି ଗତ କିଛି ବର୍ଷ ହେଲେ ସାମ୍ବାଦିକଙ୍କୁ ବି ଡ୍ୟାମ ପରିସରକୁ ବରଂ କରାଯାଇଛି | ଏସବୁ ସତ୍ୱେ କେମିତି ଡ୍ରୋନ କ୍ୟାମେରାରେ ଫୋଟୋ ଉତ୍ତୋଳନ କରାଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଏହା ଛଡା ଡ୍ୟାମର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି |
 
         
         
         
         
         
        