Site icon UTKAL PRATIDIN

ଦୂରଦର୍ଶନର ନ୍ୟୁଜ୍ ଆଙ୍କର ଗୀତାଞ୍ଜଳିଙ୍କ ପରଲୋକ

2

ଖ୍ୟାତନାମା ଟେଲିଭିଜନ ଉପସ୍ଥାପିକା ତଥା ଦୂରଦର୍ଶନର ପ୍ରଥମ ମହିଳା ଇଂରାଜୀ ନ୍ୟୁଜ୍ ଉପସ୍ଥାପିକା ଗୀତାଞ୍ଜଳି ଆୟାରଙ୍କର ବୁଧବାର ଦିନ ପରଲୋକ ଘଟିଛି। ଟିଭି ସାମ୍ବାଦିକତା କ୍ଷେତ୍ରରେ ଗୀତାଞ୍ଜଳି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ। ସେ ତାଙ୍କର ୩ ଦଶନ୍ଧିର କାର୍ୟ୍ୟକାଳରେ ୪ ଥର ଶ୍ରେଷ୍ଠ ଖବର ଉପସ୍ଥାପିକା ପୁରସ୍କାର ହାସଲ କରିଥିଲେ। ତାଙ୍କର ବିୟୋଗରେ ସାମ୍ବାଦିକତା ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି।

ଗୀତାଞ୍ଜଳି ଆୟର ୧୯୭୧ ମସିହାରେ ଦୂରଦର୍ଶନରେ କାମ ଆରମ୍ଭ କରିଥିଲେ। ଇଂରାଜୀ ଭାଷାରେ ନ୍ୟୁଜ ଆଙ୍କର ଭାବେ ସେ ଭାରତରେ ବେଶ ପରିଚିତ। ଦୂରଦର୍ଶନରେ ସେ ୩୦ ବର୍ଷ କାମ କରିଛନ୍ତି । ନିଜ କ୍ୟାରିଅରରେ ସେ ୪ଥର ସର୍ବଶ୍ରେଷ୍ଠ ନ୍ୟୁଜ ଆଙ୍କର ପୁରସ୍କାର ପାଇଥିଲେ।

କୋଲକାତାର ଲୋରେଟୋ କଲେଜରୁ ସ୍ନାତକ କରିବା ପରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ସେ DIPLOMA ସାରି ସେ ଅଲ ଇଣ୍ଡିଆ ରେଡିଓରେ କାମ କରିଥିଲେ । ପରେ ଦୂରଦର୍ଶନରେ ସେ ଇଂରାଜୀ ଭାଷାର ନ୍ୟୁଜ୍ ଆଙ୍କର ଭାବେ କାମ କରିଥିଲେ। ଗୀତାଞ୍ଜଳି ଆୟରଙ୍କ ଦେହାନ୍ତରେ ଗଭୀର ସମବେଦନା ଜଣାଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ।

Exit mobile version