ଭୁବନେଶ୍ଵର: ପ୍ରାୟ ସମୟରେ ଘରେ ଭାତ ପ୍ରସ୍ତୁତ କରାଯାଏ। କିଏ ଏହାକୁ ଫ୍ରାଏଡ ରାଇସ କରି ଖାଆନ୍ତି ତ ଆଉ କିଏ ପଲଉ। ଆଜି କିନ୍ତୁ ଆପଣଙ୍କୁ କହିବାକୁ ଯାଉଛୁ ଏକ ବଢ଼ିଆ ରେସିପି ବିଷୟରେ। ଯାହା ବହୁତ ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଆପଣ ବଳକା ଭାତକୁ ନ ଫୋପାଡି ବଢ଼ିଆ ପରଟା ରେସିପି ବିଷୟରେ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ:
ଗୋଟେ ଗିନା ଚାଉଳ, ୧/୨ କପ୍ ସୁଜି, ୧/୨ କପ୍ ଦହି, ୨ଟି କଞ୍ଚା ଲଙ୍କା, ୧/୪ ଚାଚ ଗୋଟା ଜିରା, ୧/୪ ଲାଲ ଲଙ୍କା ପାଉଡର, ଲୁଣ ସ୍ୱାଦାନୁସାରେ, ପାଣି ଆବଶ୍ୟକ ଅନୁସାରେ, ତେଲ ଆବଶ୍ୟକ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ପାତ୍ରରେ ଭାତକୁ ଭଲଭାବେ ଚକଟି ଦିଅନ୍ତୁ। ଏବେ ଏଥିରେ ସୁଜି, ଦହି ଏବଂ ପାଣି ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏବେ ଏଥିରେ କଞ୍ଚା ଲଙ୍କା, ଜିରା, ଲାଲ ଲଙ୍କା ପାଉଡର ଏବଂ ଲୁଣ ପକାନ୍ତୁ। ମନେ ରଖିବେ ଘୋଳ ବେଶୀ ପାଣିଆ ଯେପରି ନହୁଏ । ମିଡିୟମ୍ ଆଞ୍ଚରେ ଏକ ତାଓ୍ଵା ଗରମ କରିଦିଅନ୍ତୁ। ତାଓ୍ଵା ଗରମ ହେଲେ ସେଥିରେ ତେଲ ଲଗାଇ ଦିଅନ୍ତୁ। ଏବେ ଫେଣ୍ଟି ରଖିଥିବା ଘୋଳକୁ ତାଓ୍ଵାରେ ଗୋଲ କରି ବୁଲାଇ ଦିଅନ୍ତୁ। ଦୁଇ ପାଖକୁ ଭଲଭାବେ ସେକି ଦିଅନ୍ତୁ। ଏପେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାଦିଷ୍ଟ ଚାଉଳ ପରଟା।

