Site icon UTKAL PRATIDIN

ବିକ୍ରି ହେବ କୁକୁର ମାଂସ; ବିକ୍ରି ହେବ କୁକୁର ମାଂସ

5

ନୂଆଦିଲ୍ଲୀ: ମଣିଷ ଅନ୍ୟ ସମସ୍ତ ଜୀବଜନ୍ତୁଙ୍କ ମାଂସ ଖାଇବା କଥା ଆପଣ ଶୁଣିଥିବେ । ହେଲେ କୁକୁର ମାଂସ କଥା କହିଲେ ପ୍ରତିଟି ଲୋକ ଘୃଣା କରିବେ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦେଶରେ ଏବେ ଏକ ରାଜ୍ୟକୁ କୁକୁର ମାଂସ ବିକ୍ରି କରିବା ନେଇ ହାଇକୋର୍ଟ ଅନୁମତି ଦେଇଛନ୍ତି ।ସୂଚନା ମୁତାବକ ନାଗାଲାଣ୍ଡ ସରକାର ୩ବର୍ଷ ପୂର୍ବେ ରାଜ୍ୟରେ କୁକୁର ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

ଏନେଇ ଗୌହାଟୀ ହାଇକୋର୍ଟରେ ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଏକ ବଡ ରାୟ ଦେଇଛନ୍ତି । ରାୟ ମୁତାବକ ଏବେ ରାଜ୍ୟରେ କୁକୁର ମାଂସ ବିକ୍ରି ହୋଇପାରିବ । ୨୦୨୦ ମସିହାରେ ନାଗାଲାଣ୍ଡ ସରକାର କୁକୁର ମାଂସର ବ୍ୟବସାୟୀକ ରପ୍ତାନୀ ଓ କୁକୁର କିଣା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାସହ ରେଷ୍ଟୁରାଣ୍ଟରେ ମଧ୍ୟ କୁକୁର ମାଂସ ଗ୍ରାହକଙ୍କୁ ଦିଆଯାଇପାରିବ ନାହିଁ ବୋଲି ସରକାର ଆଦେଶ ଦେଇଥିଲେ ।

ବାର ଆଣ୍ଡ ବେଞ୍ଚ ୱେବସାଇଟର ରିପୋର୍ଟ ମୁତାବକ ଗୌହାଟୀ ହାଇକୋର୍ଟର କୋହିମା ବେଞ୍ଚର ଜଷ୍ଟିସ ମଲୀ ବଙ୍କୁଗଙ୍କ ପୀଠ ଗତ ଶୁକ୍ରବାର ଦିନ ନାଗାଲାଣ୍ଡ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିବା ସହ କହିଛନ୍ତି କି, କୌଣସି ଆଇନ ଆଧାରରେ ସରକାର କୁକୁର ମାସଂ କିଣା ବିକ୍ରି କିମ୍ବା ଖାଇବା ଉପରେ ରୋକ ଲଗାଇପାରିବେ ନାହିଁ । ଜୁଲାଇ ୪ ତାରିଖ ୨୦୨୦ ରେ ନାଗାଲାଣ୍ଡ କ୍ୟାବିନେଟ ବୈଠକ ପରେ ଏକ ବିଜ୍ଞପ୍ତି ଜାରି କରାଯାଇ କୁକୁରର କିଣା ବିକ୍ରି ଓ ତାର ମାଂସ କିଣା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

Exit mobile version